ମୃତ୍ୟୁଦଣ୍ଡ ପାଇଥିବା ୮ ନୌସେନା ଅଧିକାରୀଙ୍କୁ ମୁକ୍ତ କଲେ କାତାର କୋର୍ଟ, ଭାରତ ଫେରିଲେ ୭

ନୂଆଦିଲ୍ଲୀ,୧୨।୨: ଭାରତ ଏକ ବଡ କୂଟନୈତିକ ବିଜୟ ହାସଲ କରିଛି। କାତାର ଆଠ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି। ସେଠାରେ ସେମାନେ ଗୋଇନ୍ଦାଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ଭାରତର ଅନୁରୋଧ କ୍ରମେ କତାରର ଏମିର ତାଙ୍କ ଦଣ୍ଡକୁ ହ୍ରାସ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଏହାରି ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରାଳାୟ ସୂଚନା ଦେଇଛନ୍ତି ଯେ, ସେମାନେ ଏବେ ଭାରତକୁ ଫେରୁଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, “କତାରରେ ବନ୍ଦୀ ହୋଇଥିବା ଡହରା ଗ୍ଲୋବାଲ କମ୍ପାନୀରେ କାର୍ଯ୍ୟରତ ୮ ଜଣ ଭାରତୀୟ ନାଗରିକଙ୍କ ମୁକ୍ତିକୁ ଭାରତ ସରକାର ସ୍ୱାଗତ କରିଛନ୍ତି। ସେହି ଆଠ ଜଣଙ୍କ ମଧ୍ୟରୁ ୭ ଜଣ ଭାରତ ଫେରିଛନ୍ତି। ଆମେ ଏହି ନାଗରିକମାନଙ୍କର ମୁକ୍ତି ଏବଂ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛୁ। ଏଭଳି ପଦକ୍ଷେପ ପାଇଁ ଆମେ କତାର ଦେଶ ଏମିରଙ୍କ ନିଷ୍ପତ୍ତିକୁ ଆମେ ପ୍ରଶଂସା କରୁଛୁ।

Share