Posted inଫୁରସତ

କ୍ୟୁଆର୍‌ କୋଡ ଲକେଟ୍‌: ନିରୁଦ୍ଦିଷ୍ଟଙ୍କୁ ଖୋଜିବା ହୋଇଯିବ ସହଜ…

ଖବରକାଗଜରେ ପ୍ରାୟ ସବୁଦିନ ନିରୁଦ୍ଦିଷ୍ଟଙ୍କ ଖବର ଦେଖିବାକୁ ମିଳେ। ପ୍ରାୟତଃ ଛୋଟ ପିଲା, ବୃଦ୍ଧବୃଦ୍ଧା, ମାନସିକ ରୋଗୀମାନେ ହଜି ଥାଆନ୍ତି। ଆଉ ଏଇ ଆଧୁନିକ ଯୁଗରେ ବି ଅନେକ ସମୟରେ ସେମାନଙ୍କୁ ଖୋଜି ବାହାର କରି ହୁଏନା। ଯାହାକି ଅକ୍ଷୟ ରିଡଲାନ୍‌ ନାମକ ଜଣେ ଯୁବକଙ୍କୁ ବେଶ୍‌ ବ୍ୟଥିତ କରିଥିଲା। ସେ ନିଜେ ଆଇଟି ପ୍ରଫେଶନ୍‌ରେ ଥିବାରୁ ଏହି ସମସ୍ୟାର ସମାଧାନ ନିଜେ ବାହାର କରିବାକୁ ଅଣ୍ଟା ଭିଡ଼ିଥିଲେ। ଆଉ ପ୍ରୋଜେକ୍ଟ ‘ଚେତନା’ ଆରମ୍ଭ କରି ତିଆରି କଲେ ଏମିତି ଏକ ଲକେଟ୍‌ ଯାହାକୁ ପିନ୍ଧିଲେ ହଜିଥିବା ବ୍ୟକ୍ତି ମିଳିବା ସହଜ ହୋଇଯିବ। କାରଣ ଉକ୍ତ ଲକେଟ୍‌ରେ ରହିବ କ୍ୟୁଆର୍‌ କୋଡ୍‌। ଯାହାକୁ ସ୍କାନ୍‌ କଲେ ବ୍ୟକ୍ତିଙ୍କ ମେଡିକାଲ ଇମ୍‌ଫରମେସନ୍‌, ଏମରଜେନ୍ସି କଣ୍ଟାକ୍ଟ ନମ୍ବର ଓ ଘର ଠିକଣା ମିଳିଯିବ। ଏମିତିକି କେହି ଯଦି ସେହି କ୍ୟୁଆର୍‌ କୋଡ୍‌କୁ ସ୍କାନ କରନ୍ତି ତେବେ କ୍ୟୁଆର୍‌ କୋଡ୍‌ରେ ଦିଆଯାଇଥିବା ଏମରଜେନ୍ସି ନମ୍ବରକୁ ନୋଟିଫିକେସନ୍‌ ଆସିଯିବ। ଯେଉଁମାନେ ଡିମେନ୍ସିଆ, ଅଲଝିମର୍‌ ଭଳି ରୋଗରେ ଆକ୍ରାନ୍ତ ସେମାନେ ସାଧାରଣତଃ ଅନେକ କଥା ଭୁଲି ଯାଆନ୍ତି। ତେଣୁ ସେମାନଙ୍କ କ୍ଷେତ୍ରରେ ହଜିବା ଆଶଙ୍କା ଅଧିକ। ସେହିଭଳି ଘର ଠିକଣା, କଣ୍ଟାକ୍ଟ ନମ୍ବର ଜାଣି ନ ଥିବା ଛୋଟ ପିଲା, ଅଟିଜମ୍‌ ପରି ରୋଗରେ ଆକ୍ରାନ୍ତ ପିଲା ବି ହଜିଗଲେ ମିଳିବା କଷ୍ଟ। ଖାସ୍‌ ଏଇମାନଙ୍କ ପାଇଁ ଉକ୍ତ କ୍ୟୁଆର୍‌ କୋଡ୍‌ ଥିବା ଲକେଟ୍‌ ବହୁତ କାମରେ ଆସିବ। ଉକ୍ତ ଲକେଟ୍‌ ବେକରେ ଥିଲେ, ହଜିଗଲେ ବି ସେମାନଙ୍କୁ ପାଇବା ସହଜ ହୋଇଯିବ। ଅକ୍ଷୟ ଏହାର ମୂଲ୍ୟ ୨୦୦ ଟଙ୍କା ରଖିଛନ୍ତି। ଅନେକ ଲକେଟ୍‌କୁ ତ ସେ ମାଗଣାରେ ବି ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Maternity Leave ସମୟରେ ପୁଣି ଗର୍ଭବତୀ ହେଲେ ମହିଳା, ଚାକିରିରୁ ବିଦା କରିବା ପଡିଲା ମହଙ୍ଗା!

ଲଣ୍ଡନ,୨୩।୧୦: ବ୍ରିଟେନର ଜଣେ ମହିଳା ମାତୃତ୍ୱ ଛୁଟିରୁ ଫେରିବା ପରେ ପୁଣିଥରେ ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା, କିନ୍ତୁ ତାଙ୍କୁ...

୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା

ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ...

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର...

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri