Categories: ବାଣିଜ୍ୟ

କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌: ଭିଆଇଟିକୁ ପ୍ରଥମ ସ୍ଥାନ

ଭେଲୋର,୧୧।୩: କ୍ୟୁଏସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ୧୨ ଶୀର୍ଷ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। କ୍ୟୁଏସ୍‌ ସବ୍‌ଜେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱର ୪୫୦ ବିଶ୍ୱ ବିଦ୍ୟାଳୟକୁ ସାମିଲ କରାଯାଇଥିଲା। ଏହି ତାଲିକାରେ ଭିଆଇଟିର ୭ ବିଷୟକୁ ସ୍ଥାନିତ କରାଯାଇଛି। କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫରମେଶନ ସିଷ୍ଟମ, ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ ଏବଂ କେମିଷ୍ଟ୍ରି ଗତ ବର୍ଷ ତୁଳନାରେ ୫୦ ସ୍ଥାନ ଉପରକୁ ଉଠିଛନ୍ତି। ସେହିଭଳି କମ୍ପ୍ୟୁଟର ସାଇନ୍ସ ଏବଂ ଇନ୍‌ଫରମେଶନ ସିଷ୍ଟମ, ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଭାରତରେ ଶୀର୍ଷ ୧୦ ମଧ୍ୟରେ ରହିଛନ୍ତି। ଟପ୍‌ ୩୦୦ ମଧ୍ୟରେ ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ଟପ୍‌ ୪୦୦ ମଧ୍ୟରେ ଉଭୟ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫରମେଶନ ସିଷ୍ଟମ ଓ ମେକାନିକାଲ ଇଞ୍ଜିନିୟରିଂ ରହିଛି। ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମଥର ଲାଗି ମ୍ୟାଇମେଟିକ୍ସ ଏବଂ ବାୟୋଲୋଜିକାଲ ସାଇନ୍ସ ସାମିଲ ହୋଇଛି। ସାରା ବିଶ୍ୱରେ ଟପ୍‌ ୫୦୦ ଏବଂ ୬୦୦ ମଧ୍ୟରେ ଏହା ସାମିଲ ହୋଇଥିବା ଅନୁଷ୍ଟାନ ପକ୍ଷରୁ ସୂଚନା ରହିଛି।

Share