୨୪ରେ ଜାପାନ ଯିବେ ମୋଦି

ନୂଆଦିଲ୍ଲୀ/ଟୋକିଓ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାପାନ ଗସ୍ତ କରିବେ। ଏହି ଅବସରରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଦେଶକୁ ନେଇ ଗଠିତ ହୋଇଥିବା ୪ର୍ଥ କ୍ୱାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ସାକ୍ଷାତକାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୋଦି ଏବଂ ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗୁରୁବାର ବର୍ହିବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଭାରତ-ପ୍ରଶାନ୍ତ ମହାସାଗର ଏବଂ ଉଭୟ ଦେଶ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଜାପାନ ଗସ୍ତ ସମୟରେ ମୋଦି ଜାପାନର ଉଦ୍ୟୋଗପତିଙ୍କ ସହ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ଏପରିକି ଜାପାନରେ ଅବସ୍ଥିତ ଭାରତୀୟ ବଂଶୋଦ୍ଭବଙ୍କୁ ମୋଦି ସମ୍ବୋଧିତ କରିବେ। ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମୋଦି ସାକ୍ଷାତକାର କରି ଦ୍ୱିପାକ୍ଷିକ ଆଲୋଚନା କରିବୋ ବୋଲି ବାଗଚି କହିଛନ୍ତି।

Share