ଅନୁଗୋଳ ଅଫିସ, ୧୨।୩: ଅନୁଗୋଳ ଜିଲାର କ୍ରିକେଟର ଶ୍ରେୟାଂଶ ଭରଦ୍ବାଜ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଜାତୀୟ କ୍ରିକେଟ ପ୍ରଶିକ୍ଷଣ ଶିବିର ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ୧୨ ବର୍ଷ ବୟସରୁ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଶ୍ରେୟାଂଶ ୧୬ ବର୍ଷରୁ କମ୍ ଦଳ ପାଇଁ ଅନୁଗୋଳ ଜିଲାରୁ ପ୍ରତିନିଧିତ୍ତ୍ୱ କରିଥିଲେ। ଓଡ଼ିଶା କ୍ରିକେଟ୍ ସଂଘ ତରଫରୁ ୧୬ ବର୍ଷରୁ କମ୍ ଦଳର ଅଧିନାୟକ ଭାବେ ମନୋନୀତ ହୋଇଥିଲେ। ଏହାପରେ ଜିଲା କ୍ରିକେଟ୍ ପକ୍ଷରୁ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ପୁନର୍ବାର ଓଡ଼ିଶା ଦଳ ତରଫରୁ ପ୍ରତିନିଧିତ୍ କରିଥିଲେ। ଶ୍ରେୟାଂଶଙ୍କ ଏହି ସଫଳତା ପାଇଁ ଅନୁଗୋଳ ଜିଲା କ୍ରିକେଟ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସମ୍ପାଦକ ସାଗରନାଥ ମିଶ୍ର, ଜିଲା କ୍ରିକେଟ ସଂଘ ତରଫରୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରେୟାଂଶ ଏହାର ଶ୍ରେୟ ବାପା ରାକେଶ କୁମାର ଭାରଦ୍ୱାଜ, ମା’ ଅନିତ ଭରଦ୍ବାଜ, ଜିଲା କ୍ରିକେଟ ସଂଘର ସମସ୍ତ ସଦସ୍ୟ ଓ ସମସ୍ତ ଖେଳାଳି ସାଥୀମାନଙ୍କୁ ଦେଇଛନ୍ତି।