Categories: ଖେଳ

କିଟ୍‌ ରଗ୍‌ବୀ ପୁରୁଷ ୭ଏସ୍‌ ଟିମ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୨୫ା୧(ବିଜୟ ରଣା): ମୋହଲିଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ୟୁନିଭର୍ସିଟି ରଗ୍‌ବୀ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିଜ, ନୂଆଦିଲ୍ଲୀ ଅଧୀନରେ ଚଣ୍ଡିଗଡ଼ ୟୁନିଭର୍ସିଟି ଦ୍ୱାରା ଆୟୋଜିତ ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ପରେ କିଟ୍‌ ରଗ୍‌ବୀ ପୁରୁଷ ୭ଏସ୍‌ ଦଳ ଖେଲୋ ୟୁନିଭର୍ସିଟି ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। କିଟ୍‌ ୟୁନିଭର୍ସିଟି ପୁରୁଷ ଦଳ ଫାଇନାଲରେ ଚଣ୍ଡିଗଡ଼ ୟୁନିଭର୍ସିଟିଠାରୁ ହାରିଯାଇଥିଲା। ତେବେ ରନରଅପ୍‌ ହୋଇଥିବାରୁ ଦଳ ଚତୁର୍ଥ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୩-୨୪ରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଦଳକୁ ଅଭିନନ୍ଦ ଜଣାଇବା ସହ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଦଳର ସଫଳତା କାମନା କରିଛନ୍ତି।

Share