ଭୁବନେଶ୍ୱର,୨୨।୪: ପଶ୍ଚିମବଙ୍ଗରରେ କରୋନା ଉଗ୍ରରୂପ ନେଇ ସାରିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ କରୋନା କଟକଣାକୁ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ବଡ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଏଣିକି ଯେକେହି ଓଡ଼ିଶାକୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ। ପଶ୍ଚିମବଙ୍ଗରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ନେଇ ପ୍ରଚାର, ରାଲି ଜୋରଦାର ଚାଲିଛି। ଫଳରେ ପଞ୍ଚିମବଙ୍ଗରେ ଦୈନିକ ୧୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରିକି କରୋନା ଟ୍ରିପଲ ମ୍ୟୁଟାଣ୍ଟ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସରକାର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ପଶ୍ଚିମବଙ୍ଗରରୁ ଫେରୁଥିବା ଯାତ୍ରୀଙ୍କ ନେଗେଟିଭ୍ ରିପୋର୍ଟ, ଟିକାର ୨ଟି ଡୋଜ ନେଇଥିବା ଲୋକ ମଧ୍ୟ ହୋମ କ୍ୱାରେଣ୍ଟାଇନ୍ ରହିବେ। ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଏନେଇ ବାଲେଶ୍ୱର ଓ ମୟୂରଭଞ୍ଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।