ଜେରେଜ ଡି’ ଲା ଫ୍ରଣ୍ଟେରା (ସ୍ପେନ୍), ୨୦।୭ (ଏପି)- କରୋନା ଭାଇରସ୍ର ବ୍ୟାପକତା ସତ୍ତ୍ୱେ ମୋଟୋଜିପି ପୁନର୍ବାର ଆରମ୍ଭ ହୋଇଛି। ରବିବାର ଅନୁଷ୍ଠିତ ସ୍ପାନିଶ ଗ୍ରାଁ ପ୍ରିରେ ଫାବିଓ କ୍ୱାର୍ଟାରାରୋ ବିଜୟୀ ହୋଇଛନ୍ତି। ଚତୁର୍ଥ ଲାପ୍ରେ ୬ଥର ମୋଟୋଜିପି ଚାମ୍ପିୟନ ମାର୍କ ମାର୍କ୍ୱେଜ୍ ଦୁର୍ଘଟଣାର ସମ୍ମୁଖୀନ ହୋଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ଟ୍ରାକ୍ରୁ ତାଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା। ଏକ ଦୁର୍ଘଟଣାକୁ ଏଡାଇବାକୁ ଯାଇ ସେ ତାଙ୍କ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସର୍କିଟୋ ଡି’ ଜେରେଜ ନିଟୋଠାରେ ୨୧ ବର୍ଷୀୟ କ୍ୱାର୍ଟାରାରୋ ପୋଲ ପୋଜିଶନରୁ ତାଙ୍କ ରେସ୍ ଆରମ୍ଭ କରିଥିଲେ। ୧୯୯୯ରେ ରେଜିସ୍ ଲାକୋନିଙ୍କ ପରେ ମୋଟୋଜିପିରେ ବିଜୟ ହାସଲ କରିବାରେ ସେ ପ୍ରଥମ ଫ୍ରେଞ୍ଚ୍ ରାଇଡର।