କୁଇନ୍‌ କନସର୍ଟ କାମିଲା ଜଣେ ଭିଲେନ: ହ୍ୟାରି

ମାଡ୍ରିଡ୍‌, ୧୦।୧: ବ୍ରିଟେନ୍‌ ରାଜକୁମାର ହ୍ୟାରି ନିଜର ଅଟୋବାୟୋଗ୍ରାଫି ‘ସ୍ପେୟାର’ରେ ସାବତ ମା’ ତଥା ବ୍ରିଟେନ୍‌ର କୁଇନ୍‌ କନସର୍ଟ କାମିଲାଙ୍କୁ ଭିଲେନ ବୋଲି କହିଛନ୍ତି। ହ୍ୟାରି ଓ ତାଙ୍କ ବଡ଼ଭାଇ ଓ୍ବିଲିୟମ୍‌ ବର୍ତ୍ତମାନର ରାଜା ଚାଲର୍‌ଡ ତୃତୀୟଙ୍କୁ କାମିଲାଙ୍କୁ ବିବାହ ନ କରିବାକୁ ଅନୁରୋଧ କରିଥିଲେ। ହ୍ୟାରିଙ୍କ ମା’ ଡାଏନାଙ୍କ ମୃତ୍ୟୁ ପରେ କାମିଲା ଚାଲର୍‌ସଙ୍କୁ ବାହା ହେବା ଲାଗି ଷଡ଼ଯନ୍ତ୍ର କରିଥିଲେ। କିଙ୍ଗ୍‌ ଚାଲର୍‌ସ, ଓ୍ବିଲିୟମ୍‌ ଓ ପରିବାରକୁ ଭଲପାଇବା ସହ ଭବିଷ୍ୟତରେ ସେମାନେ ଏକାଠି ହେବେ ବୋଲି ହ୍ୟାରି ଆଶା ରଖିଥିବା କହିଛନ୍ତି।

Share