୩ ଡୋଜ୍‌ ଟିକା ନେଇ ମଧ୍ୟ କରୋନା ଆକ୍ରାନ୍ତ ହେଲେ ବ୍ରିଟେନ ରାଣୀ

ଲଣ୍ଡନ,୨୦।୨: ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାର ଶିକାର ହୋଇଛନ୍ତି। ଏନେଇ ରବିବାର ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀ ଏଲିଜାବେଥ-୨ କରୋନାର ଟିକାର ୩ଟି ଯାକ ଡୋଜ ନେଇଛନ୍ତି। ବ୍ରିଟେନ ନିୟମ ଅନୁଯାୟୀ ସେ ପ୍ରଥମେ କରୋନା ଟିକାର ଦୁଇଟି ଡୋଜ ନେଇଥିଲେ। ଏହାପରେ ତାଙ୍କୁ ଟିକାର ବୁଷ୍ଟର ଡୋଜ ମଧ୍ୟ ଦିଆଯାଇଛି।
ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ଥିବା ଜଣାପଡିଛି। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କେହି ବ୍ୟସ୍ତ ନ ହେବାକୁ ରାଜପ୍ରାସାଦ ପକ୍ଷରୁ ପରାମର୍ଶ ଦିଆଯାଇଛି। ୯୫ ବର୍ଷୀୟ ରାଣୀ ଏଲିଜାବେଥ-୨ ସାମାନ୍ୟ ଥଣ୍ଡା ଅନୁଭବ କରୁଛନ୍ତି। ସେ ଏବେ ବି ରାଜପ୍ରାସାଦ ମଧ୍ୟରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି।

Share