ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ

ଲଣ୍ଡନ/ନୂଆଦିଲ୍ଲୀ,୮ା୯: ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏନେଇ ବକିଙ୍ଗହାମ୍‌ ପ୍ୟାଲେସ୍‌ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି । ସେ ୭୦ ବର୍ଷ ଧରି ଶାସନ କରିଥିଲେ। ୯୬ ବର୍ଷୀୟା ମହାରାଣୀ ଗତବର୍ଷ ଅକ୍ଟୋବରରୁ ଅସୁସ୍ଥ ରହି ଆସୁଥିଲେ। ଚାଲିବା ଏବଂ ଠିଆ ହେବାରେ ତାଙ୍କର ସମସ୍ୟା ଦେଖାଦେଇଥିଲା। ଗୁରୁବାର ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଏପରିକି ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିଲେ। କିନ୍ତୁ ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫେଲ୍‌ ମାରିଥିଲା।
ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ରାଣୀଙ୍କ ପୁଅ ତଥା ଉତ୍ତରାଧିକାରୀ ପ୍ରିନ୍ସ ଚାଲର୍‌ସ, ନାତି ୱିଲିୟମଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏନେଇ ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି।

Share