ମହାରାଣୀଙ୍କୁ ଶେଷ ବିଦାୟ, ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ବାଇଡେନ ଲେଖିଲେ ଆମେ ରାଣୀଙ୍କୁ କେବେ ଭୁଲିବୁ ନାହିଁ

ଲଣ୍ଡନ,୧୯ ।୯: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ତାଙ୍କର ଫ୍ୟୁନେରାଲ ସର୍ଭିସ ଆରମ୍ଭ ହୋଇଯାଇଛି । ୱେଷ୍ଟମିଂନଷ୍ଟରରେ ଡିନ ଡେଭିଡ ହୟାଲ ଅନ୍ତିମ ସଂସ୍କାରର ନେତୃତ୍ୱ ନେଇଛନ୍ତି । କ୍ୟାଣ୍ଟରବରୀର ଆର୍କବିଶପ, ଜଷ୍ଟିଶ ୱେଲବି ଧର୍ମୋପଦେଶ ଓ ପ୍ରଶଂସା ଦେବେ । ୟାର୍କର ଆର୍କବିଶପ, ୱେଷ୍ଟମିଂଷ୍ଟରର କର୍ଡିନଲ ଆର୍କବିଶପ, ଚର୍ଚ୍ଚ ଅଫ ସ୍କଟଲ୍ୟାଣ୍ଡର ମହାସଭାକୁ ମଡରେଟର ଓ ଫ୍ରି ଚର୍ଚ୍ଚ ମଡରେଟର ପକ୍ଷରୁ ପ୍ରାର୍ଥନା କରାଯିବ ।
ଅନ୍ତିମ ବିଦାୟରେ ଯୋଗ ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ଲେଖିଛନ୍ତି, ମହାରାଣୀ ସର୍ବଦା ମୋତେ ମୋ ମାଆଙ୍କ କଥା ମନେପକାଇ ଦିଅନ୍ତି । ମୋ ପ୍ରତି ତାଙ୍କର ଥିବା ଭଲପାଇବା ମୋତେ ମୋ ମାଆଙ୍କୁ ମନେପକାଇ ଦେଇଥାଏ । ସେ ମୋତେ କହୁଥିଲେ ମୁଁ ତାହାହିଁ କରେ ଯାହା ମୁଁ କରିବାକୁ ଚାହୁଁଛି ।

Share