ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ୧୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ

ଲଣ୍ଡନ,୧୯ ।୯: ପାଖାପାଖି ୭୦ ବର୍ଷ ବ୍ରିଟେନର ମହାରାଣୀ ରହିଥିବା ଏଲିଜାବେଥ ଦ୍ୱିତୀୟଙ୍କର ସୋମବାର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ । ଏହି ସମୟରେ ପ୍ରାୟ ୧୦ ଲକ୍ଷ ସାଧାରଣ ଜନତା ଲଣ୍ଡନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମର ଅଂଶ ହେବେ । ସାରା ବିଶ୍ୱର ୫୦୦ରୁ ଅଧିକ ରାଷ୍ଟ୍ରାଧ୍ୟକ୍ଷ, ପ୍ରତିନିଧି ଓ ରାଜ ପରିବାରର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।
ଆଗନ୍ତୁକ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଶୋକ ପ୍ରକାଶ କରୁଛନ୍ତି । ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ହେବାକୁ ବରିଷ୍ଠ ନାଗରିକ ଓ ପିଲାମାନେ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ମୁଁ ମୋର ଛୋଟ ଷ୍ଟୁଲ ଉପରେ ସେପର୍ଯ୍ୟନ୍ତ ବସି ରହିବି ଯେ ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇନାହିଁ । ମୁଁ ମହାରାଣୀଙ୍କୁ ଖୁବ୍ ଭଲପାଉଥିଲି । ସୂଚନାଯୋଗ୍ୟ, ୧୯ ସେପ୍ଟେମ୍ବର ଅର୍ଥାତ୍ ସୋମବାର ୱେଷ୍ଟମିଂଷ୍ଟରରେ ରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Share