Posted inଫୁରସତ

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭ ନଭେମ୍ବର ୨୦ରେ କ୍ୱିନ୍‌ ଏଲିଜାବେଥ ଏବଂ ପ୍ରିନ୍ସ ଫିଲିପ୍‌ଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିବାହରେ ଏକ ବିରାଟ କେକ୍‌ କଟାଯାଇଥିଲା, ଯାହାର ଗୋଟିଏ ଖଣ୍ଡକୁ ରବିବାର ୨.୩୬ ଲକ୍ଷ ଟଙ୍କା ମୂଲ୍ୟରେ ନିଲାମ କରାଯାଇଛି। ଏହି କେକ୍‌ ଖଣ୍ଡର ନାମ ‘ଭେରି ରେୟାର ସ୍ଲାଇସ୍‌’ ରଖାଯାଇଛି। ତେବେ ନିଲାମ ହୋଇଥିବା ଏହି କେକ୍‌ ଖଣ୍ଡ ଏବେ ଖାଇବା ଯୋଗ୍ୟ ହୋଇ ରହିନାହିଁ। ନିଲାମରେ ଏହି କେକ୍‌ କିଣିଥିବା ବ୍ୟକ୍ତିଙ୍କ ନାମ ହେଉଛି ମାରିଅନ୍‌ ପଲ୍‌ସନ। ସେ ସ୍କଟ୍‌ଲାଣ୍ଡର ରାଜଧାନୀ ଏଡିନବର୍ଗ ସ୍ଥିତ ହଲିରୁଡ୍‌ହାଉସ୍‌ରେ ଜଣେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଅଛନ୍ତି।
ଏଲିଜାବେଥ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ରାଜକୀୟ ବିବାହ କେକ୍‌ ୯ ଫୁଟ ଉଚ୍ଚର ହୋଇଥିବାବେଳେ ଏହାର ଓଜନ ୨୭ କିଲୋଗ୍ରାମ ରହିଥିଲା। ସେତେବେଳେ ଏହି କେକ୍‌ର ମୂଲ୍ୟ ୫୦୦ ବ୍ରିଟିଶ୍‌ ପାଉଣ୍ଡ ଥିଲା। ଏହି କେକ୍‌କୁ ଚିନିରେ ସଜାଯାଇଥିଲା ଏବଂ ଏଥିରେ ରାଜକୀୟ ଦମ୍ପତିଙ୍କର ପ୍ରିୟ ଜିନିଷଗୁଡ଼ିକୁ ଉଲ୍ଲେଖ କରାଯାଇଥିଲା। ବିବାହକୁ ଆସିଥିବା ପ୍ରାୟ ୨ ହଜାର ଅତିଥି ଏହି କେକ୍‌ର ସ୍ବାଦ ଚାଖିଥିଲେ। କେକ୍‌ର ବଳିଯାଇଥିବା ଅଂଶକୁ ସୁରକ୍ଷିତ ଭାବେ ପ୍ୟାକିଂ କରାଯାଇ ଏକ ରୁପା ଖୋଦିତ ବାକ୍ସରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ଭଡ଼

ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମ୍‌ ଅନ୍ତର୍ଗତ ବୈସରନ୍‌ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ବିଷୟକୁ ନେଇ ଭାରତରେ ତର୍ଜମା ଚାଲିଛି। ଏଥର ଅତଙ୍କବାଦୀ ଆକ୍ରମଣରେ...

ଭେଙ୍କୁଭରରେ କାର୍‌ ମଡ଼ାଇ ୧୧ ଜଣଙ୍କୁ ହତ୍ୟା

ଭେଙ୍କୁଭର,୨୮ା୪: କାନାଡାର ବ୍ରିଟିଶ୍‌ କଲମ୍ବିଆସ୍ଥିତ ଭେଙ୍କୁଭରରେ ଶନିବାର ଲାପୁ-ଲାପୁ ଷ୍ଟ୍ରିଟ୍‌ ଫେଷ୍ଟିଭାଲ ବେଳେ ଭିଡ଼ ଉପରକୁ ଜଣେ ବ୍ୟକ୍ତି ଦ୍ରୁତଗତିରେ କାର୍‌ ଚଢ଼ାଇ ଦେଇଛନ୍ତି। ଏଥିରେ ୧୧...

ୟୁକ୍ରେନ୍‌କୁ ୧୪୯ ଡ୍ରୋନ୍‌ ଛାଡ଼ିଲା ରୁଷିଆ

କିଭ୍‌,୨୮ା୪: ରୁଷିଆ ପକ୍ଷରୁ ରବିବାର ଭୋର ସମୟରେ ୟୁକ୍ରେନ୍‌ ଉପରେ ୧୪୯ ଡ୍ରୋନ୍‌ ଛଡ଼ାଯାଇଛି। ଖେର୍‌ସନ ସହରରେ ହୋଇଥିବା ଏହି ଆକ୍ରମଣରେ ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ...

ଅଟ୍ଟାରୀ ଦେଇ ଫେରିଲେଣି ୫୩୭ ପାକିସ୍ତାନୀ

ନୂଆଦିଲ୍ଲୀ,୨୮ା୪: ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୫୩୭ ପାକିସ୍ତାନୀ...

ପରିବେଶ ପାଇଁ ଅନୁକୂଳ ହେନ୍ତାଳ ଜଙ୍ଗଲ ସୃଷ୍ଟି

ମହାକାଳପଡ଼ା,୨୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନରେ ପରିବେଶ ବିଜ୍ଞାନୀମାନଙ୍କ ଚିନ୍ତା ବଢ଼ାଇଛି। ପୂର୍ବ ଅପେକ୍ଷା ପରିବେଶ ବିଗିଡ଼ିବାରେ ଲାଗିଛି। ଗ୍ରୀନ୍‌ଲ୍ୟାଣ୍ଡରୁ ବରଫ ତରଳି ସମୁଦ୍ର...

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image