ମହାରାଣୀଙ୍କ କୁକୁରର ଯତ୍ନ ନେବେ ସାନ ପୁଅ

ଲଣ୍ଡନ,୧୩ା୯: ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପ୍ରିୟ ତଥା ସ୍ବର୍ଗତ ରାଜା ମୋନାର୍କଙ୍କ କୋର୍ଗି କୁକୁରର ଯତ୍ନ ନେବେ ତାଙ୍କ ସାନ ପୁଅ ପ୍ରିନ୍ସ ଆଣ୍ଡ୍ର୍ୟୁ। ଡ୍ୟୁକ୍‌ ଅଫ୍‌ ୟର୍କ ଆଣ୍ଡ୍ର୍ୟୁ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ସାରା ଫର୍ଗୁସନ୍‌ କୁକୁର ମୁଇକ୍‌ ଏବଂ ସାଣ୍ଡିର ଦେଖାଶୁଣା କରିବେ। ଏନେଇ ସୋମବାର ବକିଂହାମ୍‌ ପ୍ୟାଲେସରୁ ନିଶ୍ଚିତ କରାଯାଇଛି। ଗତବର୍ଷ କରୋନା ଲକ୍‌ଡାଉନ ବେଳେ ଆଣ୍ଡ୍ର୍ୟୁ ତାଙ୍କ ମା’ଙ୍କୁ ମୁଇକ୍‌ ଉପହାର ଦେଇଥିଲେ। ସେହିପରି ଏଲିଜାବେଥ୍‌ଙ୍କ ୯୫ତମ ଜନ୍ମଦିନ ଅବସରରେ ଆଣ୍ଡ୍ର୍ୟୁଙ୍କ ଝିଅ ତାଙ୍କୁ ସାଣ୍ଡି ଗିଫ୍ଟ କରିଥିଲେ।

Share