୫ ଡଲାର କରେନି୍ସ ନୋଟରୁ ହଟିବେ ମହାରାଣୀ: ଅଷ୍ଟ୍ରେଲିଆ ରିଜର୍ଭବ୍ୟାଙ୍କ ନିଷ୍ପତ୍ତି…

ମେଲବୋର୍ନ,୨।୨ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଣୀ ଏଲିଜାବେଥ ଆଉ ଅଷ୍ଟ୍ରେଲିଆର ପାଞ୍ଚ ଡଲାର କରେନ୍ସି ନୋଟରେ ଦେଖାଯିବେ ନାହିଁ। ଏହା ବଦଳରେ ଅଷ୍ଟ୍ରେଲିଆ ଏହାର ଆଦିବାସୀ ସଂସ୍କୃତିର ଇତିହାସ ପ୍ରତିଫଳିତ କରିବ।

ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଷ୍ଟ୍ରେଲିଆର ସଂସଦର ଚିତ୍ର ନୋଟର ଅନ୍ୟ ପାର୍ଶ୍ୱରେ ରହିବ ବୋଲି ସ୍ପଷ୍ଟ କରାଯାଇଛି।

ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି ଯେ ମହାରାଣୀଙ୍କ ଛବି ପାଞ୍ଚ ଡଲାର ନୋଟରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ କାରଣ ସେ ଜଣେ ରାଣୀ ଥିଲେ। ଏହି ଚିତ୍ର ତାଙ୍କ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରୁଥିଲା। ନୋଟକୁ ନୂଆ କରିବାର ନିଷ୍ପତ୍ତି ଅଷ୍ଟ୍ରେଲିଆର କେନ୍ଦ୍ର ବାମପନ୍ଥୀ ଲେବର ସରକାର ସମ୍ବିଧାନରେ ପରିବର୍ତ୍ତନ ଆଣିବା ପାଇଁ ଜନମତ ସଂଗ୍ରହ ଲାଗି ଦାବି କରୁଥିବା ସମୟରେ ଗ୍ରହଣ କରାଯାଇଛି

ସେପ୍ଟେମ୍ବର ୨୦୨୨ ରେ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଦେଇଥିଲା ଯେ ମହାରାଣୀ ଏଲିଜାବେଥଙ୍କ ପରେ ରାଜା ଚାଲର୍‌ସଙ୍କ ଚିତ୍ର ନୋଟରେ ଛପା ହେବ ନାହିଁ, କିନ୍ତୁ ଏହା ବଦଳରେ ଅଷ୍ଟ୍ରେଲୀୟ ପ୍ରତିଫଳନ ବଦଳାଯିବ। ନୋଟ ଡିଜାଇନ କରିବାରେ ଆଦିବାସୀ ଗୋଷ୍ଠୀ ସହ ପରାମର୍ଶ କରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ନୂତନ ନୋଟ ଡିଜାଇନ ଏବଂ ପ୍ରିଣ୍ଟ କରିବାକୁ ଅନେକ ବର୍ଷ ଲାଗିବ। ସେପର୍ଯ୍ୟନ୍ତ ବିଦ୍ୟମାନ ନୋଟ ଜାରି ଜାରି ରହିବ ।

Share