ବିକାଶ ଅପେକ୍ଷାରେ ରାଣୀପୁର-ଝରିଆଲ

ବଲାଙ୍ଗୀର, ୯ା୬ (ବୀରେନ୍ଦ୍ର କୁମାର ଝାଙ୍କର)ଜାତୀୟସ୍ତରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଐତିହାସିକ ପୀଠ ଭାବେ ମାନ୍ୟତା ପାଇଥିବା ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର-ଝରିଆଲ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଆସିଛି। ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସି ଏହି ଯୋଗିନୀ ପୀଠ ସମୂହର ଉନ୍ନତି ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ବିକାଶ ହୋଇପାରିନାହିଁ। ତେବେ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ପରେ ପୁଣି ଥରେ ଏହି ପୀଠ ଚର୍ଚ୍ଚାକୁ ଆସିଛି। ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟ ଓ ଦେଶରେ ବିକାଶର ଗତି ତ୍ୱରାନ୍ବିତ ହେବ ବୋଲି କୁହାଯାଉଛି। ଏବେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବାକୁ ଯାଉଥିବା ବେଳେ ସମଗ୍ର ଦେଶରେ ବିରଳ ଯୋଗିନୀ ପୀଠଭାବେ ପରିଚିତ ରାଣୀପୁର-ଝରିଆଲ ପୀଠ ପ୍ରତ୍ନତାତ୍ତ୍ୱିକ ପର୍ଯ୍ୟଟନ ସ୍ମାରକୀ ମାନଚିତ୍ରରେ ଉନ୍ନୟନର ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ବଲାଙ୍ଗୀର ଜିଲାର ରାଣୀପୁର-ଝରିଆଲ ପୀଠ ପ୍ରାଦେଶିକ ଏବଂ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥଳୀ ଓ ସ୍ମାରକୀ ଭାବେ ପରିଚିତ। ଏଠାକାର ସମସ୍ତ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ଓ ବିକାଶ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ରାଣୀପୁର-ଝରିଆଲ ସ୍ମାରକୀ ସମୂହ ଓ ଉକ୍ତ ଅଞ୍ଚଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ତା’ର କେନ୍ଦ୍ରୀୟ ସଂରକ୍ଷିତ ତାଲିକାରେ ମଧ୍ୟ ସ୍ଥାନ ଦେଇଛି। ଏହି ଅଞ୍ଚଳ ପ୍ରତ୍ନତାତ୍ତ୍ୱିକ ଦିଗରୁ ଗୁରୁତ୍ୱ ବହନ କରୁଥିବାରୁ ଏହି ଅଞ୍ଚଳରେ କୌଣସି ପ୍ରକାର ଖନନ କାର୍ଯ୍ୟ କରାଯିବା ଉଚିତ ନୁହେଁ। ତଥାପି ଏଠାକାର ସୁରକ୍ଷା ସୁନିଶ୍ଚିତ କରାଯାଉନାହିଁ। ୨୦୧୯ ଜାନୁୟାରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ରାଣୀପୁର-ଝରିଆଲ ସ୍ମାରକୀ ସମୂହର ସଂରକ୍ଷଣ ଓ ଉନ୍ନୟନ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଏଏସ୍‌ଆଇ ଅଧିକାରୀମାନେ ମଧ୍ୟ ଖବରଦାତା ସମ୍ମିଳନୀ କରି ରାଣୀପୁର-ଝରିଆଲ ସ୍ମାରକୀ ସମୂହ ଅଞ୍ଚଳକୁ ଏଏସ୍‌ଆଇ ନିଜ ଅଧୀନରେ ନେଇଥିବା ସୂଚନା ଦେଇଥିଲେ। ୯.୬ କୋଟି ଟଙ୍କା ବିନିଯୋଗକରି ଏହି ଐତହ୍ୟ ସମୂହର ନବୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିବା ସୂଚନା ଦେଇଥିଲେ। ନବମ ଶତାବ୍ଦୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୁକ୍ତାକାଶ ଚଉଷଠି ଯୋଗିନୀ ମନ୍ଦିର, ଷଷ୍ଠ ଶତାବ୍ଦୀର ଲେହରିଗୁଡି, ସୋମେଶ୍ୱର ମନ୍ଦିର, ରାଣୀଗୁଡି ବା ରାଣୀ ମନ୍ଦିର ଏବଂ ସପ୍ତମ ଶତାବ୍ଦୀର ଇନ୍ଦ୍ରଲାଠ ଇଟା ମନ୍ଦିର ସହ ଅନ୍ୟାନ୍ୟ ୫୦ରୁ ଊର୍ଦ୍ଧ୍ୱ ସ୍ମାରକୀ ଥିବା ଏହି କୀର୍ତ୍ତିିସ୍ଥଳରେ ସୀମା ପ୍ରାଚୀର ନିର୍ମାଣ ସହ ଏଠାରେ ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କ ପାଇଁ ସୁବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ତେବେ ଏଏସ୍‌ଆଇ ଦାୟିତ୍ୱ ନେବା ସତ୍ତ୍ୱେ ଏହି ଅଞ୍ଚଳର ସୁରକ୍ଷା ବିପନ୍ନ ହୋଇଥିଲା। ରାଣୀପୁର-ଝରିଆଲର ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯାଇ ପାଇପ୍‌ ପକାଯାଇଥିଲା। ରାଣୀପୁର-ଝରିଆଲ ସ୍ମାରକୀ ଅନ୍ତର୍ଭୁକ୍ତ ଛେଲିଆ ମନ୍ଦିର ନିକଟରେ ବେଆଇନଭାବେ ଗାତ ଖୋଳାଯାଇ ପାଇପ୍‌ ପକାଯାଇଥିବାରୁ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାସତ୍ତ୍ୱେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସ୍ଥାନୀୟ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବାକୁ ଯାଉଥିବାରୁ ଉଭୟ ସରକାର ଭିତରେ ସମନ୍ବୟ ରକ୍ଷାହେବା ସହ ଏହି ପ୍ରାଚୀନ ଓ ବିରଳ ପୀଠର ଉନ୍ନତି ହେବ ବୋଲି ଆଶା କରାଯାଉଛି। ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହେଲେ ଦାଦନ ପ୍ରବଣ ଅଞ୍ଚଳ ଅର୍ଥନୈତିକ ଦିଗରୁ ଲାଭବାନ୍‌ ହେବା ସହ ଦେଶ ଓ ବିଦେଶର ପର୍ଯ୍ୟଟକକୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri