ସହରକୁ କବଜା କଲେ ମୂଷା! ସରକାର ଜାରି କଲେ ହାଇ ଆଲର୍ଟ

କାନବେରା,୨୫।୧୧: ଯୁଦ୍ଧରେ ଗୋଟିଏ ଶକ୍ତିଶାଳୀ ଦେଶ ଅନ୍ୟ ଏକ ଦେଶ ଉପରେ ଆକ୍ରମଣ କରି ନିଜ ଦଖଲକୁ ଆଣିଥାଏ। ଯଦି ଆପଣଙ୍କୁ କହିବୁ ଏପରି ଏକ ଦେଶ ଅଛି ଯେଉଁଠି ମୂଷାମାନେ ଏକ ସହରକୁ କବଜା କରିଛନ୍ତି। ଅଜବ ଲାଗୁଛି ନା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ଅଷ୍ଟ୍ରେଲିଆର ଏକ ସହରକୁ କବଜା କରିଛନ୍ତି ମୂଷା। ଏଠାରେ ମୂଷାଙ୍କ ସଂଖ୍ୟା ଏତେ ଅଧିକ ହୋଇଛି ଯେ ମହାମାରୀ ବ୍ୟାପିଛି।

ଅଷ୍ଟ୍ରେଲିଆରେ ମୂଷା ମଡକ ପଡିଥିବାର ଦେଖାଯାଇଛି। ମୂଷାମାନଙ୍କର ମୃତଦେହ ଏଣେତେଣେ ପଡି ରହିଛି। ଘର ହେଉ କି ଅଫିସ, ନଦୀ, ପୋଖରୀ କିମ୍ବା ଘରକୁ ଘର ପାଣି ସପ୍ଲାଏ ହେଉଥିବା ସ୍ଥାନରେ ମୂଷାଙ୍କର ମୃତଦେହ ଭାସୁଥିବାର ଦେଖାଯାଇଛି।
ମୂଷା ମଡକ କଣ ପାଇଁ ହୋଇଛି ଜଣାପଡୁ ନ ଥିବାବେଳେ ମୂଷାଙ୍କ ସଂଖ୍ୟା ଏପରି ବୃଦ୍ଧି ପାଇଲେ ଦିନକୁ ଦିନ ଅବସ୍ଥା ବିଗିଡି ଯିବାର ସମ୍ଭାବନା ରହିଛି। ଯଦି ସରକାର ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଲୋକମାନେ ସହର ଛାଡିବାକୁ ବାଧ୍ୟ ହେବେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।
ପାଣିରେ ମୂଷାଙ୍କର ମୃତଦେହ ଭାସୁଥିବାରୁ ଏବେ ସାରା ସହରରେ ପାନୀୟ ଜଳ ସମସ୍ୟା ଦେଖାଯାଇଛି। ସରକାର ସହରରେ ହାଇ ଆଲର୍ଟ ଜାରି କରିଛନ୍ତି। ସେହିପରି ଲୋକଙ୍କୁ ଖାଦ୍ୟ ପାନୀୟ ନ ପିଇବାକୁ କୁହାଯାଇଛି। ଯଦି ଏପରି ସମସ୍ୟା ସମାଧାନ ନ ହୁଏ ତେବେ ପୁରା ସହରରେ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

Share