Advertisement
Categories: ଜାତୀୟ

ସଚିବାଳୟରେ ସୁରକ୍ଷା ନେଇ ପ୍ରଶ୍ନ: ଉଦ୍ଧବଙ୍କ ଫାଇଲରେ ଅଦଳ ବଦଳ

ମୁମ୍ବାଇ, ୨୪।୧: ମହାରାଷ୍ଟ୍ର ସଚିବାଳୟର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଦ୍ୱାରା ଦସ୍ତଖତ ହୋଇଥିବା କେତେକ ଫାଇଲ୍‌ରେ ନିଷ୍ପତ୍ତି ଅଦଳ ବଦଳ କରାଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ମରିନ୍‌ ଡ୍ରାଇଭ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀ ପିଡବ୍ଲ୍ୟୁଡି ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟରଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ୍‌ ନିର୍ଦ୍ଦେଶ ଲାଗି ଏକ ଫାଇଲ୍‌ରେ ଦସ୍ତଖତ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ଯାଞ୍ଚ୍‌କୁ ବନ୍ଦ କରିବା ଲାଗି ଲାଲ୍‌ ରଙ୍ଗରେ ଲେଖାଯାଇଛି। ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଡିସିପି ଜୋନ୍‌-୧ ଶଶିକୁମାର ମିନା ସୂଚନା ଦେଇଛନ୍ତି। କାହିଁକି ଏବଂ କିଏ କେଉଁ ଉଦ୍ଦେଶ୍ୟ ରଖି ଏଭଳି କରିଛନ୍ତି ତାହାର ତଦନ୍ତ ଆରମ୍ଭ ହୋଇଛି। ସଚିବାଳୟର ସିସିଟିଭି କ୍ୟାମେରା ରେକର୍ଡିଂକୁ ଯାଞ୍ଚ୍‌ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share