ଓଏସ୍‌ଆର୍‌ଟିସି ଏମ୍‌ଡିଙ୍କୁ ତଦନ୍ତ ଭାର ନେଇ ପ୍ରଶ୍ନ

ନୟାଗଡ ଅଫିସ,୮।୧୨: ପରୀକୁ ନ୍ୟାୟ ଦେବା ଦାବିରେ ନୟାଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦୁର୍ଗାମଣ୍ଡପରେ ଭାଜପା ପକ୍ଷରୁ ଚାଲିଥିବା ରିଲେ ଅନଶନ ତୃତୀୟ ଦିବସରେ ପହଞ୍ଚତ୍ଛି। ସୋମବାର ଏହି ଅନଶନରେ ସାମିଲ ହୋଇଥିବା ନେତାମାନେ ନୟାଗଡରେ ଅନ୍ଧାରୀ ଶାସନ ଚାଲିଛି ବୋଲି ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।
ଭାଜପା ନେତା ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର କହିଛନ୍ତି, ଶିଶୁକନ୍ୟା ପରୀର ହତ୍ୟା ଦୁଃଖଦ ଖବର। ଓଡିଶାରେ ଶିଶୁ ଅତ୍ୟାଚାର ଓ ନାରୀ ନିର୍ଯାତନା ବଢ଼ି ଚାଲିଛି। ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋର ଏହି ରିପୋର୍ଟ ଉଦ୍‌ବେଗର ବିଷୟ। ମୁଁ ପୋଲିିସରେ କାର୍ଯ୍ୟ କରିଥିବାରୁ ପୋଲିସର ଦକ୍ଷତା ପ୍ରତି ପ୍ରଶ୍ନ କରୁନି। ଆଗରୁ ପୋଲିସ ଯେପରି ଦକ୍ଷ ଥିଲା ଏବେବି ରହିଛି। ହେଲେ ପୋଲିସର ହାତକୁ ଧିରେ ଧିରେ ଏପରି ବାନ୍ଧି ଦିଆଯାଉଛି ଯେ, ସେମାନେ କାର୍ଯ୍ୟ ଠିକ୍‌ରେ କରି ପାରୁନାହାନ୍ତି। ପୋଲିସ ତଦନ୍ତ କ୍ଷେତ୍ରରେ ସ୍ବାଧୀନତା ପାଇଥିଲେ ପରୀ ମାମଲାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁ ନ ଥାନ୍ତା। ପୋଲିସକୁ ଠିକ୍‌ ଭାବେ କାମ କରାଇ ଦିଆଯାଉନି। ପୋଲିସଠାରୁ ଦାୟିତ୍ୱ କାଢ଼ି ଏସ୍‌ଆଇଟିକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଲ’ରେ ଏସ୍‌ଆଇଟିର କୌଣସି ଷ୍ଟାଟସ ନାହିଁ। ଏସ୍‌ଆଇଟି ମୁଖ୍ୟ ଓଏସ୍‌ଆରଟିସିର ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି)। ସେ ପୋଲିସରେ ଚାକିରି କରିନାହାନ୍ତି। ସେ କିପରି ତଦନ୍ତ କରିବେ। ସେ ସତ୍ୟ କାଢ଼ି ପାରନ୍ତି। କିନ୍ତୁ ସେହି ତଥ୍ୟ ଉପସ୍ଥାପନ କଲେ କୋର୍ଟ ଗ୍ରହଣ କରିବେ ନାହିଁ। କାରଣ ତାଙ୍କର ତଦନ୍ତ କରିବାର କ୍ଷମତା ନାହିଁ। ସିଆରପିସିରେ ଉଲ୍ଲେଖ ଅଛି ଥାନା କେବଳ ଅନୁସନ୍ଧାନ କରିପାରିବେ। ସିବିଆଇ, କ୍ରାଇମବ୍ରାଞ୍ଚ ମଧ୍ୟ ଥାନାର ମାନ୍ୟତା ପାଇଛନ୍ତି। ବସ୍‌ ଚଳାଇବା ଦାୟିତ୍ୱରେ ଥିବା ଅଫିସର କିପରି ତଦନ୍ତ କରିବେ ସରକାର ଆଗେ ଷ୍ପଷ୍ଟ କରନ୍ତୁ। ମୁଁ ଭାବୁଛି ଏହା କେବଳ ଲୋକଙ୍କୁ ଭୁଅଁା ବୁଲାଇବାକୁ କରାଯାଉଛି। ଏଣୁ ପରୀ ହତ୍ୟାକାଣ୍ଡକୁ ଏସ୍‌ଆଇଟି ତଦନ୍ତ କଲେ ନିପେକ୍ଷତା ହେବ ନାହିଁ। ନିରପକ୍ଷେ ତଦନ୍ତ ପାଇଁ ଭାଜପାର ଦାବି ସିବିଆଇ ତଦନ୍ତକୁ ସରକାର ମାନନ୍ତୁ।
ଗଁା ସଭାପତି ଜୟକୃଷ୍ଣ ପରିଡା କୁହନ୍ତି, ଯଦୁପୁରର ୨୮ ପରିବାର ସନ୍ଦେହ ଘେରରେ ଆସୁଛନ୍ତି। ସେମାନଙ୍କୁ ବାରମ୍ବାର ତଦନ୍ତ କରାଯାଉଛି। ପୁଣି ଏହି ପରିବାରର ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବ୍ଲଡ ସାମ୍ପୁଲ ସଂଗ୍ରହ କରାଯାଇଛି। ମୋର କହିବା କଥା ୨୮ ପରିବାର ସ୍ଥାନରେ ଗଁାର ୧୦୦ ପରିବାରକୁ ତଦନ୍ତରେ ସାମିଲ କରାଯାଉ। ଯିଏ ଦୋଷୀ ଦଣ୍ଡ ପାଉ। ପରୀ ନ୍ୟାୟ ପାଉ। ଆମେ ସବୁ ପ୍ରକାରର ତଦନ୍ତକୁ ସ୍ବାଗତ କରୁଛୁ ଓ ସହଯୋଗ କରୁଛୁ। ଖୁବ କମ ଦିନରେ ହତ୍ୟାକାରୀ ଚିହ୍ନଟ ହେବ। ଯଦୁପୁରର କାହ୍ନା ବେହେରା କୁହନ୍ତି, ମୋ ପରି ୧୭ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ମୋତେ ପ୍ରାୟ ୧୫ରୁ ୧୬ ଥର ଡକାଇ ତଦନ୍ତ କରାଗଲାଣି। ଆମେ ତଦନ୍ତକୁ ସ୍ବାଗତ କରୁଛୁ। ତେବେ ବାରମ୍ବାର ଆମକୁ ପଚରାଉଚୁରା ପାଇଁ ନିଆଯାଉଥିବାରୁ କାମକୁ ଯାଇ ପାରୁନି। ଘରେ ଚୂଲି ଜଳୁନି। ଆମେ ଗରିବ ଲୋକ। ଚଳିବୁ କିପରି। ଖାଇବୁ କ’ଣ। ଆମେ ହତ୍ୟାରେ ସାମିଲ ନାହୁଁ। ଗଁା ଛାଡିବୁନି। ଆମେ ନିର୍ଦ୍ଦୋଷ। ଧର୍ମ ଅଛି। ପରୀ ଅପହରଣ ଦିନ ନୟାଗଡରେ ଥିଲି। ଯେତେବେଳେ ଡାକିବେ ସେତେବେଳେ ଯିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସ୍କୁଟିରେ ବସିଥିବା ଦୁଇଜଣ ଏବଂ...

ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।...

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image