ପୁରୀ ଅଫିସ,୨୮।୫: ଏଏସ୍ଆଇର ଅନୁମତି ନ ଥାଇ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ସରକାର ବନ୍ଦ କରୁ ନ ଥିବାରୁ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜଗଦଗୁରୁ ଶଙ୍କରାଚାଯର୍ର୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି, ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି। ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି। ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି। ମୋ ଦାୟିତ୍ୱ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି । ଏହାଛଡ଼ା ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ପଚାରି ସେ ପରୋକ୍ଷରେ କଟାକ୍ଷ କରିଛନ୍ତି। ଭାଜପା ମିଶି କରି ଚାଲୁଛି ହେଲେ କଂଗ୍ରେସ ଆଉ କଣ ଅଛି ବୋଲି ସେ ପଚାରିଛନ୍ତି। କେବଳ ସେତିକି ନୁହେ ଏଠାରେ ସରକାରଙ୍କ ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି। ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି। ତାଙ୍କୁ ଯେବେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ସେ ମାନିବେ । ତା ପୂର୍ବରୁ ଏମାନେ ମାନିବେ ନାହିଁ । ମୁଁ ଯାହା କୁହେ ନିର୍ଭୟରେ କୁହେ, ଇନ୍ଦ୍ର ବି ମୋ’ ଉପରେ ଚାପ ପକାଇ ପାରିବେନି । ସେମାନେ ମୋତେ ଡରନ୍ତି, ସେଥିପାଇଁ ମୁଁ ନ ଥିଲା ବେଳେ କାମ କରନ୍ତି ବୋଲି ସେ କହିଛନ୍ତି।