Categories: ଜାତୀୟ

ଶୂନ୍ୟକାଳରେ ପ୍ରଶ୍ନ: ବିବାହରେ ୫୦ ବରଯାତ୍ରୀ-୧୧ ପ୍ରକାର ଖାଦ୍ୟ ବାଧ୍ୟତା ମୂଳକ…

ନୂଆଦିଲ୍ଲୀ, ୩୦।୩ : କଂଗ୍ରେସ ଏମ୍‌ପି ଜସବୀର ସିଂ ଗିଲ ବୁଧବାର ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଏକ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ଯେ ବିବାହରେ ସର୍ବାଧିକ ୫୦ ବରଯାତ୍ରୀ ଏବଂ ୧୧ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେବା ବାଧ୍ୟତାମୂଳକ କରାଯାଉ। ଶୂନ୍ୟକାଳରେ ସେ ଏହି ଦାବି ଗୃହରେ ଉଠାଇଥିଲେ।

ଗିଲ କହିଛନ୍ତି ଯେ ଆମ ଦେଶରେ ବିବାହରେ ବହୁତ ଖର୍ଚ୍ଚ ହୋଇଥାଏ। ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ବର୍ତ୍ତମାନ ଏହି ଆଇନ ପ୍ରଣୟନ କରାଯିବା ଉଚିତ।

ପଡୋଶୀ ଦେଶ ପାକିସ୍ତାନରେ ଏଭଳି ଆଇନ ପ୍ରଣୟନ କରାଯାଇଛି ଏବଂ ଭାରତରେ ମଧ୍ୟ ଏହି ଆଇନ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ଗିଲ କହିଛନ୍ତି। ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଏହା ଆଇନ ଦ୍ୱାରା ନୁହେଁ ବରଂ ଇଛା ଶକ୍ତି ଦ୍ୱାରା ହୋଇ ପାରିବ। ଯଦି ଏମ୍‌ପିମାନେ ନିଜେ ଏହା କରିବା ଆରମ୍ଭ କରନ୍ତି, ତେବେ ସମଗ୍ର ଦେଶର ଜନତା ମଧ୍ୟ ଏହା କରିବେ।

Share