ନୂଆଦିଲ୍ଲୀ, ୧୨।୧ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଟୁଇଟର ଆକାଉଣ୍ଟକୁ ବୁଧବାର (ଜାନୁୟାରୀ ୧୨) ସକାଳେ ହ୍ୟାକ୍ କରାଯାଇଥିଲା। ଯଦିଓ କିଛି ସମୟ ପରେ ଏହି ଆକାଉଣ୍ଟକୁ ପୁନଃସ୍ଥାପିତ କରାଯାଇଛି। ଆକାଉଣ୍ଟ ହ୍ୟାକ୍ ହେବା ପରେ, ଏକ ଲିଙ୍କ ଏଲୋନ ମସ୍କଙ୍କ ଫଟୋ ସହିତ କିଛି ଆଶ୍ଚର୍ଯ୍ୟଜନକ କ୍ୟାପଶନ ସହିତ ଶେୟାର କରାଯାଇଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଆକାଉଣ୍ଟକୁ ହ୍ୟାକ୍ କରିବା ପରେ ପ୍ରୋଫାଇଲ ନାମରେ ଏଲୋନ ମସ୍କଙ୍କ ଲେଖାଯାଇଥିଲା। ହ୍ୟାକରମାନେ ଆକାଉଣ୍ଟର ପ୍ରୋଫାଇଲ ଫଟୋ ଏବଂ କଭର ଫଟୋ ମଧ୍ୟ ପରିବର୍ତ୍ତନ କରିଥିଲେ।
ଏହାପୂର୍ବରୁ ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟରେ ମଧ୍ୟ ହ୍ୟାକ୍ କରାଯାଇଥିଲା। ସୂଚନାଯୋଗ୍ୟ ଯେ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟକୁ ହ୍ୟାକ୍ କରିବା ପରେ ମଧ୍ୟ ଏଭଳି କିଛି ପୋଷ୍ଟ ଶେୟାର କରାଯାଇଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ମଧ୍ୟ ସେହି ହ୍ୟାକର ହ୍ୟାକ୍ କରିଥିବାର ଆଶଙ୍କା କରାଯାଉଛି।
ଏନେଇ ତଦନ୍ତ ଜାରି ରହିଛି।