ନର୍ଡ ଷ୍ଟ୍ରିମ-୨ ପ୍ରକଳ୍ପ ଉପରେ ପ୍ରଶ୍ନଚିହ୍ନ…

ଓ୍ବାଶିଂଟନ/ମସ୍କୋ, ୧୫।୨ : ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ନର୍ଡ ଷ୍ଟ୍ରିମ-୨ ନିର୍ମାଣ କ୍ଷେତ୍ରରେ ସଙ୍କଟ ଉପୁଜିବାର ଆଶଙ୍କା ରହିଛି। ଏହାକୁ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ କହି ସାରିଛନ୍ତି। ଯୁଦ୍ଧ ହେଲେ ରୁଷିଆର ଉଚ୍ଚାଭିଳାଷୀ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ ନିର୍ମାଣରେ ବାଧା ସୃଷ୍ଟି ହେବା ଉପରେ ପ୍ରଶ୍ନ ଚିହ୍ନ ଲାଗିବ।

ବାଇଡେନ୍‌ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ କୁ କିପରି ବନ୍ଦ କରାଯିବ ସେ ସେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ୟୁକ୍ରେନ ସୀମା ନିକଟରେ ରୁଷୀୟ ସୈନ୍ୟମାନଙ୍କର ଏକତ୍ର ହେବା ପରଠାରୁ, ଆମେରିକା ସତର୍କ ହେବା ସହିତ ଏବଂ ରୁଷିଆର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଛି। ଏଭଳି କହି ବାଇଡେନ୍‌ ୟୁକ୍ରେନ ପ୍ରସଙ୍ଗରେ ରୁଷିଆକୁ ନୂଆ ଚେତାବନୀ ଦେଇ ସାରିଛନ୍ତି।

ଜର୍ମାନ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ବାଇଡେନ୍‌ ଏହା କହଥିଲେ। ଯେତେବେଳେ ବାଇଡେନଙ୍କୁ ପଚରାଗଲା ଯେ ସେ ନର୍ଡ ଷ୍ଟ୍ରିମ-୨ ନିର୍ମାଣକୁ କିପରି ବନ୍ଦ କରିବେ, ସେ କେବଳ ଉତ୍ତର ଦେଇଥିଲେ ଯେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆମେ ଏହା କରିପାରିବୁ। ୟୁକ୍ରେନରେ ରୁଷିଆର ସମ୍ଭାବ୍ୟ ସାମରିକ ଆକ୍ରମଣ ବିରୋଧରେ ଆମେରିକା ଏବଂ ଜର୍ମାନୀ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବାକୁ ଯୋଜନା କରିଛନ୍ତି।

ନର୍ଡ ଷ୍ଟ୍ରିମ-୨ ରୁଷିଆର ଏକ ଉଚ୍ଚାଭିଳାଷୀ ଅଣ୍ଡର ୱାଟର ଗ୍ୟାସ ପାଇପଲାଇନ ପ୍ରକଳ୍ପ। ଏହା ପଶ୍ଚିମ ରୁଷିଆ ଦେଇ ଉତ୍ତର-ପୂର୍ବ ଜର୍ମାନୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଗ୍ୟାସ ପାଇପଲାଇନର ଲମ୍ବ ପ୍ରାୟ ୧,୨୭୫ କିଲୋମିଟର। ଏହି ପ୍ରକଳ୍ପଟି ରୁଷିଆର ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଗଜପ୍ରୋମର ମାଲିକାନାରେ ରହିଛି। ପ୍ରକଳ୍ପଟି ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହା ୟୁରୋପୀୟ ଏଜେନ୍ସି ଦ୍ୱାରା ଅନୁମୋଦନ ହୋଇନାହିଁ।

Share