ଜାତିସଂଘର ସୁରକ୍ଷା ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ !…

ଜେନେଭା,୮।୩ : ଜାତିସଂଘର ନିରାପତ୍ତା ପରିଷଦ ପୃଥିବୀର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ସୁରକ୍ଷାର ଦାୟିତ୍ୱବୋଧ(ଆର୍‌ଟୁପି) ଅନ୍ତର୍ଗତ କୌଣସି ରାଷ୍ଟ୍ର ଉପରେ ଅନ୍ୟ ରାଷ୍ଟ୍ର ଆକ୍ରମଣ କଲେ ଏଥିରେ ସୁରକ୍ଷା ପରିଷଦ ହସ୍ତକ୍ଷେପ କରିଥାଏ। ମାତ୍ର ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣରେ ନିରାପତ୍ତା ପରିଷଦର କାର୍ଯ୍ୟ କେବଳ କଥା ଏବଂ ମାନବୀୟ ସହାୟତା ମଧ୍ୟରେ ସୀମିତ ରହିଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସହାୟତା ପାଇଁ ଅନୁରୋଧ କଲେ ମଧ୍ୟ ନିରାପତ୍ତା ପରିଷଦର ସଦସ୍ୟ ରାଷ୍ଟ୍ରମାନେ ନୀରବତା ଅବଲମ୍ବନ କରୁଛନ୍ତି। ଅନ୍ୟ ଦେଶ ଉପରେ ଅନ୍ୟାୟଭାବେ ଆକ୍ରମଣକୁ ରୋକିବା ଲାଗି ସୁରକ୍ଷା ପରିଷଦ ପକ୍ଷରୁ ମିଳିତ ସାମରିକ ଅଭିଯାନ ମଧ୍ୟ ହୋଇଥାଏ। ଯାହାଦ୍ୱାର ସଦସ୍ୟରାଷ୍ଟ୍ର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିଥାଏ।

ମାତ୍ର ୟୁକ୍ରେନ୍‌ ଆକ୍ରମଣ କ୍ଷେତ୍ରରେ ଜାତିସଂଘ ନିରାପତ୍ତା ପରିଷଦ ସ୍ଥାୟୀ ପ୍ରତିନିଧି ରୁଷିଆ ବିରୋଧରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ରହିଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

Share