+୨ ପରୀକ୍ଷା ପାଇଁ ବଦଳିଲା ପ୍ରଶ୍ନପତ୍ର ଢାଞ୍ଚା, ଜାଣନ୍ତୁ କିପରି ହେବ ପରୀକ୍ଷା

ଭୁବନେଶ୍ୱର, ୨୦ା୮(ଅସମାପିକା ସାହୁ): ଯୁକ୍ତ୨ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚାକୁ ବଦଳାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୫ରୁ ଏହା ଲାଗୁ କରାଯିବ। ନୂଆ ପ୍ରଶ୍ନପତ୍ର କିଭଳି ରହିବ ଏବଂ ମାର୍କ କିପରି ଦିଆଯିବ ସେ ନେଇ ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜୁନ୍‌ ୨୮ତାରିଖରେ ପରିଷଦର ବୈଠକ ଏହି ନିଷ୍ପତ୍ତି ନିଆଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ୨୦୨୫ରେ ଯୁକ୍ତ୨ ବାର୍ଷିକ ପରୀକ୍ଷା ଦେବାକୁ ଥିବା ରେଗୁଲାର ଛାତ୍ରୀଛାତ୍ର(୨୦୨୩ରେ ନାମ ଲେଖାଇଥିବା ଛାତ୍ରାଛାତ୍ର)ଙ୍କ ପାଇଁ ଏହି ନୂତନ ପ୍ରଶ୍ନପତ୍ର ଢାଞ୍ଚା ଲାଗୁ ହେବ। ପ୍ରକ୍ଟିକାଲ ଥିବା ବିଷୟଗୁଡ଼ିରେ ଛାତ୍ରୀଛାତ୍ରଙ୍କୁ ୭୦ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ପଡ଼ିବ। ପ୍ରୋଜେକ୍ଟ କମ୍ପୋନେଣ୍ଟ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବାକୁ ପଡ଼ିବ। ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ମାର୍କର ଥିଓରୀ ଓ ୫୦ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍‌ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ।

ତେବେ ନନ୍‌ପ୍ରାକ୍ଟିକାଲ ବିଷୟଗୁଡ଼ିକରେ ୮୦ମାର୍କର ଥିଓରୀ ଏବଂ ୨୦ମାର୍କର ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୪୦ମାର୍କର ଥିଓରୀ ଏବଂ ୧୦ମାର୍କ ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରାକ୍ଟିକାଲ/ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ପାସ୍‌ ହେବା ପାଇଁ ମୋଟ ୮୦ମାର୍କରୁ ୨୪ ମାର୍କ ଅର୍ଥାତ୍‌ ୩୦% ରଖିବାକୁ ପଡ଼ିବ। ସେହିଭଳି ୨୦୨୨ରେ ନାମଲେଖାଇଥିବା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କର କିଭଳି ମାର୍କ ଦିଆଯିବ ସେ ନେଇ ମଧ୍ୟ ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବେ ସରକାର: ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ

ଭୁବନେଶ୍ୱର,୧୮ା୯: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା...

Featured Video Play Icon

ଭରତପୁର ଘଟଣା, ଜାମିନ ପରେ ମୁହଁ ଖୋଲିଲେ…

ଭରତପୁର ଆର୍ମି ପୋଲିସ ଘଟଣା । ଗିରଫ ଯୁବତୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଜାମିନ ମିଳିବା ପରେ ମୁହଁ ଖୋଲିଲେ ଯୁବତୀଙ୍କ ବାପା...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

କଟକ,୧୮ା୯: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ...

ଆସନ୍ତା ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri