Posted inଜାତୀୟ

ଆଇନଶୃଙ୍ଖଳା ସ୍ଥିତି ଉପରେ ଉଠିଲା ପ୍ରଶ୍ନ: ରାଷ୍ଟ୍ରପତିଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା,୧୯।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଛି।
କୋଲକାତାର ଟ୍ରେନି ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଛି। ଏଥିସହିତ କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଭଙ୍ଗାରୁଜା ଓ ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିଛି। ଏଭଳି ସମୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।
ଗତ ୯ ତାରିଖ ବିଳମ୍ବିତ ରାତିରେ ହସ୍ପିଟାଲର ସେମିନାର ହଲ୍‌ରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ତା’ ପରଦିନ ତାଙ୍କ ମୃତଦେହ ମିଳିବା ପରେ ସନ୍ଧ୍ୟା ୬ଟା ୧୦ରୁ ୭ଟା ୧୦ ମିନିଟ ମଧ୍ୟରେ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ପୀଡ଼ିତା ଡାକ୍ତରଙ୍କ ଗାଲ, ଓଠ, ନାକ, ବେକ, ହାତ, ଆଣ୍ଠୁ ସମେତ ଗୁପ୍ତାଙ୍ଗରେ କ୍ଷତ ରହିଛି। ସେହିପରି ବେକ ମାଂସପେଶୀ, ଖପୁରି ଓ ଅନ୍ୟ ସ୍ଥାନରେ ଆଭ୍ୟନ୍ତରୀଣ କ୍ଷତ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଉକ୍ତ ରିପୋର୍ଟରେ ଆର୍‌.ଜି. କର ମେଡିକାଲ କଲେଜର ଫୋରେନ୍‌ସିକ ମେଡିସିନ ଏବଂ ଟକ୍ସିଲୋଜି ବିଭାଗ ପ୍ରଫେସର ଅପୂର୍ବା ବିଶ୍ୱାସ, ଆସୋସିଏଟ୍‌ ପ୍ରଫେସର ରିନା ଦାସ ଏବଂ ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜର ଫୋରେନ୍‌ସିକ ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ମୋଲି ବାନାର୍ଜୀଙ୍କ ସ୍ବାକ୍ଷର ରହିଛି।
କୋଲକାତା ପୋଲିସ ମାମଲାର ତଦନ୍ତ ଦାୟିତ୍ୱ ନେଇଥିବାବେଳେ ଏହାର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିବା ପରେ କୋଲକାତା ହାଇକୋର୍ଟ ସିବିଆଇକୁ ତଦନ୍ତ ଭାର ଅର୍ପଣ କରିଥିଲେ। ୧୪ ତାରିଖ ବିଳମ୍ବିତ ରାତିରେ ଉକ୍ତ ହସ୍ପିଟାଲରେ ଦୁର୍ବୃତ୍ତମାନେ ପହଞ୍ଚତ୍ ଭଙ୍ଗାରୁଜା କରିଥିଲେ। ହସ୍ପିଟାଲ ଆକ୍ରମଣ ପଛରେ ମମତା ବାନାର୍ଜୀଙ୍କ ସରକାରର ହାତ ରହିଥିବା ଡାକ୍ତରଙ୍କ ମାଆବାପା ନିଯୁକ୍ତ କରିଥିବା ଓକିଲ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ରେସିଡେନ୍ସିଆଲ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନେ ଆନ୍ଦୋଳନ ଚଳାଇଥିବାବେଳେ ଟିଏମ୍‌ସି ଗୁଣ୍ଡାମାନେ ରାତି ଅଧରେ ସେଠାରେ ପହଞ୍ଚତ୍ ଆକ୍ରମଣ ଆରମ୍ଭ କରିଦେଇଥିଲେ। ବିକ୍ଷୋଭକାରୀମାନଙ୍କୁ ଭୟଭୀତ କରାଇ ସେଠାରୁ ତଡ଼ିଦେବା ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା ବୋଲି ଭଟ୍ଟାଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲରେ ଆକ୍ରମଣ ପାଇଁ ମମତା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଏହି ଘଟଣାରେ ଟିଏମ୍‌ସି କର୍ମୀଙ୍କ ସମେତ ୩୭ ଜଣଙ୍କୁ ଗିରଫ କରାଗଲାଣି।
କୋଲକାତା ପୋଲିସଠାରୁ ସିବିଆଇ ତଦନ୍ତ ଦାୟିତ୍ୱ ନେବା ପରେ ମୁଖ୍ୟତଃ ୪ଟି ଦିଗରୁ ତଦନ୍ତ ଚଳାଇଛି। ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୋମବାର ଚତୁର୍ଥ ଦିନ ପାଇଁ ସିବିଆଇ ଅଧିକାରୀମାନେ ଜେରା କରିଛନ୍ତି। ସନ୍ଦୀପ୍‌ଙ୍କ ଉତ୍ତରରେ ତାଳମେଳ ରହୁ ନ ଥିବାରୁ ସିବିଆଇ ଟିମ୍‌ ସନ୍ତୁଷ୍ଟ ନ ଥିବା ଜଣାପଡ଼ିଛି। ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଜଣାଇଥିଲେ। ଅପରାଧ ସ୍ଥଳ ସୁରକ୍ଷିତ ନ ଥିଲା, ଯାହାକୁ ଜେରାରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ମେଡିକାଲ କଲେଜର ୪ ଜଣ ଛାତ୍ରଙ୍କୁ ମଧ୍ୟ ସିବିଆଇ ଜେରା କରୁଛି। ସେମାନଙ୍କ ମଧ୍ୟରୁ ୩ ଜଣ ଘଟଣା ଘଟିବାର କିଛି ସମୟ ପୂର୍ବରୁ ପୀଡ଼ିତା ଡାକ୍ତରଙ୍କ ସହ ଏକାଠି ରାତ୍ରଭୋଜନ କରିଥିଲେ। ସେଦିନ ରାତିରେ କ’ଣ ଘଟିଥିଲା ତାହା ସିବିଆଇ ଜାଣିବାକୁ ଚାହୁଁଛି। ଏତଦ୍‌ବ୍ୟତୀତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରି ମହିଳା ଡାକ୍ତରଙ୍କ ଘନିଷ୍ଠ ବନ୍ଧୁ ଓ ହସ୍ପିଟାଲ ସମ୍ପର୍କରେ ତାଙ୍କର ଧାରଣା ବିଷୟରେ ଜାଣିବାକୁ ଚାହିଁଛି। ସନ୍ଦିଗ୍ଧ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ମନସ୍ତାତ୍ତ୍ୱିକ ପରୀକ୍ଷା ମଧ୍ୟ ଇତିମଧ୍ୟରେ କରାଯାଇଛି। ଦିଲ୍ଲୀରୁ ଆସିଥିବା ସିଏଫ୍‌ଏସ୍‌ଏଲ୍‌ ଅଫିସରଙ୍କ ସହ ସିବିଆଇ ସଞ୍ଜୟଙ୍କ ସାଇକୋଲୋଜିକାଲ ଟେଷ୍ଟ କରିଥିଲା। ଏଥିସହ ସଞ୍ଜୟଙ୍କୁ ଜେରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri