ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ପ୍ରଶ୍ନୋତ୍ତର

ବରଗଡ଼ ଅଫିସ୍‌,୨୨ା୩: ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ତେବେ ଛାତ୍ରୀଛାତ୍ର ପରୀକ୍ଷା ଦିବସରେ ଯେଉଁ ବିଷୟ ଉପରେ ପରୀକ୍ଷା ଦେବେ, ସେହି ବିଷୟର ପ୍ରଶ୍ନୋତ୍ତର ପୂର୍ବଦିନରୁ ଏକ ନିର୍ଦ୍ଦିଷ୍ଟ ୟୁଟ୍ୟୁବ୍‌ ଚାନେଲରେ ଉପଲବ୍ଧ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏ ସମ୍ପର୍କରେ ବରଗଡ଼ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କୁ ପଚାରିବାରୁ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ।

ବରଗଡ଼ ଜିଲା ସୋହେଲା ବ୍ଲକ ସରକଣ୍ଡା ଗ୍ରାମର ଜଣେ ଅଭିଭାବକ ହର ବଣିଆ କହିଛନ୍ତି, ତାଙ୍କ ଝିଅ ସପ୍ତମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି। ବୁଧବାର ଗଣିତ ପରୀକ୍ଷା ଥିଲା। ତେବେ ସମ୍ପୃକ୍ତ ୟୁଟ୍ୟୁବ୍‌ ଚାନେଲରେ ମଙ୍ଗଳବାରରୁ ଗଣିତ ବିଷୟ ଉପରେ ଯେଉଁସବୁ ପ୍ରଶ୍ନୋତ୍ତର ପ୍ରସାରିତ ହୋଇଥିଲା, ସେହି ସମାନ ପ୍ରଶ୍ନୋତ୍ତର ପରୀକ୍ଷାରେ ପଡ଼ିଥିବା ଝିଅଙ୍କଠାରୁ ଜାଣିବାକୁ ପାଇଛନ୍ତି। ଏ ନେଇ ସେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ଅଭିଯୋଗ ଦେବାକୁ ଜିଲାପାଳ ତାଙ୍କୁ କହିବା ପରେ ସେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିବା ବଣିଆ କହିଛନ୍ତି।

ତେବେ କେବଳ ସପ୍ତମ ଶ୍ରେଣୀର ଗଣିତ ନୁହେଁ, ଅନ୍ୟ ଶ୍ରେଣୀର ପ୍ରଶ୍ନୋତ୍ତର ମଧ୍ୟ ସମ୍ପୃକ୍ତ ୟୁଟ୍ୟୁବ୍‌ ଚାନେଲରେ ଆଗୁଆ ପ୍ରସାରିତ ହେଉଛି ବୋଲି କିଛି ଶିକ୍ଷକ ବି ସ୍ବୀକାର କରିଛନ୍ତି। ଗୁରୁବାର ସପ୍ତମ ଶ୍ରେଣୀର ବିଜ୍ଞାନ ଏବଂ ସଂସ୍କୃତ ପରୀକ୍ଷା ଥିବାବେଳେ ଏହି ବିଷୟର ପ୍ରଶ୍ନୋତ୍ତର ବୁଧବାରରୁ ସେହି ୟୁଟ୍ୟୁବ୍‌ ଚାନେଲରେ ଉପଲବ୍ଧ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧିହେବେ ବିଜେଡି ନେତା ପ୍ରଦୀପ ମାଝି , ଜାଣନ୍ତୁ କେଉଁଠି ହୋଇଥିଲା ପ୍ରଥମ ଦେଖା 

ଭୁବନେଶ୍ୱର,୧୧।୩: ବଢ଼ଛି ବୟସ, ପଡ଼ୁଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ନେତା ଓ ବିଧାୟକ । ବର୍ତ୍ତମାନ ବିବାହକୁ ନେଇ ଓ ନେତା...

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଜାଣନ୍ତୁ ନବୀନଙ୍କୁ ଭେଟି କ’ଣ କହିଲେ ମନ୍ମମଥଙ୍କ ପତ୍ନୀ

ଭୁବନେଶ୍ୱର,୧୧।୩: ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି...

୧୧ ବର୍ଷରେ ୩୮ ହାତେଇଛନ୍ତି ଜିଏ ପ୍ଲଟ

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ଗତ ୧୧ବର୍ଷ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ୩୮ ଜଣଙ୍କୁ ଜିଏ ପ୍ଲଟ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ୧୩ଜଣ ବ୍ୟକ୍ତିବିଶେଷ ରହିଥିବାବେଳେ ୨୫ ଅନୁଷ୍ଠାନ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri