ସମ୍ବଲପୁର,୧୫।୭(ବ୍ୟୁରୋ): ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜରୁ ଏହା ଲିକ୍ ହୋଇଥିବା ଜଣାପଡିଛି । ସମ୍ପୃକ୍ତ କଲେଜ ପ୍ରିନ୍ସିପାଲଙ୍କୁ ଡକାଯାଇଛି । ସେହି କଲେଜର ଜଣେ ଅଧ୍ୟାପକ ପ୍ରଶ୍ନପ୍ରତ୍ର ତିଆରିରେ ସାମିଲ ଥିଲେ । ଏ ନେଇ ବୁର୍ଲା ଓ ସାଇବର ଥାନାରେ ଏତଲା ଦିଆଯାଇଛି । ବିଶ୍ବବିଦ୍ୟାଳୟରେ ବୁର୍ଲା ଥାନା ଅଧିକାରୀ ଓ ଏସ୍ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।