Advertisement
Categories: ବାଣିଜ୍ୟ

ଆମେରିକାରେ ତେଲ ଭଣ୍ଡାର ସ୍ଥାପନ ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ,୨୬।୭: ନିର୍ଦ୍ଧାରିତ ଯୋଜନା ମୁତାବକ ଦେଶରେ ଋଣନୈତିକ ତୈଳ ଭଣ୍ଡାର ସ୍ଥାପନ ନ ହେବାକୁ ନେଇ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ତଥା କଂଗ୍ରେସ ନେତା ଏମ୍‌.ବୀରପ୍ପା ମୋଇଲି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଏଭଳି ଯୋଜନା ହାତକୁ ନେଇ ଗଭୀର ହେଳା ପ୍ରଦର୍ଶନ କରିଥିବା ସେ କହିଛନ୍ତି। ଆମେରିକାରେ ତେଲ ଭଣ୍ଡାର ସ୍ଥାପନ ପ୍ରସ୍ତାବକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଗତ କିଛି ବର୍ଷ ହେବ ଅନ୍ତର୍ଜାତୀୟ ବଜାରରେ ତେଲ ଦର ନିମ୍ନରେ ରହିଛି। ହେଲେ କେନ୍ଦ୍ର ସରକାର ଦେଶରେ ଷ୍ଟ୍ରାଟେଜିକ ଅଏଲ ରିଜର୍ଭ ସ୍ଥାପନ ଦିଗରେ କୌଣସି ପଦକ୍ଷେପ ହାତକୁ ନେଲେ ନାହିଁ। ଫଳରେ ଭାରତ ଯେଉଁ ଭଳି ଲାଭ ଏହା ଦ୍ୱାରା ଉଠାଇଥାନ୍ତା ତାହା ହାତଛଡା କରିଲା। ଆମେରିକାରେ ତେଲ ଭଣ୍ଡାର ସ୍ଥାପନ କରିବା ଶକ୍ତି ସୁରକ୍ଷା ଦୃଷ୍ଟିକୋଣରୁ ଉଚିତ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share