ମାଟ୍ରିକ୍‌ ପରୀକ୍ଷାରେ ‘ମିଶନ ଶକ୍ତି’କୁ ନେଇ ପ୍ରଶ୍ନ, ବୋର୍ଡ କର୍ତ୍ତୃପକ୍ଷ କହିଲେ ‘କୌଣସି ଅସୁବିଧା ନାହିଁ’

ଭୁବନେଶ୍ୱର, ୨୦।୨(ଅସମାପିକା ସାହୁ)- ରାଜ୍ୟରେ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଛାତ୍ରୀଛାତ୍ରମାନେ ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷାରେ ମିଶନ ଶକ୍ତି ଉପରେ ପ୍ରଶ୍ନ ପଡ଼ିଥିଲା। ମିଶନ ଶକ୍ତି ବିଷୟରେ ରଚନା ଲେଖିବାକୁ ପ୍ରଶ୍ନପତ୍ରରେ ଉଦ୍ଦିଷ୍ଟ ଥିଲା। ୧୦ ମାର୍କର ଏହି ପ୍ରଶ୍ନ ବିଭିନ୍ନ ସେଟ୍‌ରେ ପଡ଼ିଥିବା ଦେଖାଯାଇଥିଲା। ତେବେ ସରକାରୀ ଯୋଜନା ସମ୍ପର୍କରେ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଆସିବାକୁ ନେଇ ଶିକ୍ଷାବିତ୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି, ପରୀକ୍ଷା ପରିଚାଳନା କମିଟି ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି। ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ମିଶନଶକ୍ତି ଉପରେ ପ୍ରଶ୍ନ ଆସିବାରେ କୌଣସି ଅସୁବିଧା ନାହିଁ। ସେହିପରି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି, ରଚନା ଯେକୌଣସି ବିଷୟରେ ଆସିପାରିବ। ସେଥିରେ କୌଣସି ଅସୁବିଧା ନାହିଁ।

Share