Categories: ଜାତୀୟ

ମଣିପୁର ଆତଙ୍କବାଦୀ ଆକ୍ରମଣକୁ ନେଇ ଉଠୁଛି ପ୍ରଶ୍ନ

ଇମ୍ଫାଲ,୧୫ ।୧୧: ମଣିପୁରରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପିଏଲଏ ଓ ଏମ୍‌ଏନ୍‌ପିଏଫ୍ ନିଜକୁ ଦାୟୀ କରିଥିଲେ ବି ଏବେ ଏହାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ପ୍ରଶ୍ନ ହେଉଛି କୌଣସି ବାହାର ଦେଶ ଏହି ସଙ୍ଗଠନକୁ ସମର୍ଥନ କରୁ ନାହିଁ ତ । କାରଣ ଏହି ଘଟଣା ପରେ ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସର ସମ୍ପାଦକଙ୍କର ଏକ ଟୁଇଟର ପୋଷ୍ଟ ଭଗାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ବିଚ୍ଛିନ୍ନତାବାଦୀ ସଙ୍ଗଠନକୁ ସମର୍ଥନ କରିବାକୁ ଧମକ ଦେଉଛନ୍ତି ।
ଯଦିଓ ଏହି ଟୁଇଟ ଗତବର୍ଷ ଅକ୍ଟୋବର ୨୦୨୦ର କିନ୍ତୁ ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ ସଙ୍ଗଠନକୁ ଚାଇନା ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଅର୍ଥ ପ୍ରଦାନର ଖବର ଆସୁଛି । ୨୦୧୫ରେ ମଣିପୁରରେ ସେନା ଉପରେ ହୋଇଥିବା ବଡ ଆକ୍ରମଣରେ ବିଦେଶୀ ଅସ୍ତ୍ର ବିକ୍ରେତାଙ୍କ ଭୂମିକା ମଧ୍ୟ ସନ୍ଦେହ ଜନକ ଥିଲା । ତେଣୁ ଏବେ ଚାଇନାର ସରକାରୀ ମୁଖପାତ୍ରଙ୍କ ଇସାରା ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବିଚ୍ଛିନ୍ନତାବାଦୀ ସଙ୍ଗଠନକୁ ସମର୍ଥନ କରିବା । ସେଥିପାଇଁ ପ୍ରଶ୍ନ ଉଠୁଛି କି ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ କୌଣସି ବାହାର ଦେଶର ସମର୍ଥନ ନାହିଁତ ।

Share