Posted inଜାତୀୟ

କ୍ୱିକ୍‌ କମର୍ସ ଗ୍ରୋସେରି: ୩୧% ସହରୀ ବ୍ୟବହାରକାରୀ

ନୂଆଦିଲ୍ଲୀ,୨୬ା୯:ଗ୍ରୋସେରି କିଣାକିଣି କ୍ଷେତ୍ରରେ ବର୍ତ୍ତମାନ କ୍ୱିକ୍‌ କମର୍ସ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଜରିଆ ପାଲଟିଛି। ୩୧% ଅନ୍‌ଲାଇନ୍‌ କ୍ରେତା ଇନ୍‌ଷ୍ଟାଣ୍ଟ ଡେଲିଭରି ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବାବେଳେ ୩୯% ସେମାନଙ୍କ ଟପ୍‌-ଅପ୍‌ ପର୍ଚେଜ୍‌ ପାଇଁ ବ୍ୟବହାର କରୁଛନ୍ତି। ଡେଟା ଆନାଲିଟିକ୍‌ ଫାର୍ମ ନିଲସେନ୍‌ଆଇକ୍ୟୁ ପକ୍ଷରୁ ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଲୁଧିଆନା, ଜୟପୁର, ଅହମଦାବାଦ, ଇନ୍ଦୋର, କୋଏମ୍ବାଟୁର, ପାଟନା ଓ ଭୁବନେଶ୍ୱର ଭଳି ବଡ଼ ସହରର ୪,୫୦୦ ଉପଭୋକ୍ତାଙ୍କୁ ନେଇ କରାଯାଇଥିବା ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ହାଇପରମାର୍କେଟ, ସୁପରମାର୍କେଟ, ଟିଟି ଷ୍ଟୋର ଏବଂ ଅନ୍‌ଲାଇନ୍‌ ଷ୍ଟୋରଗୁଡ଼ିକରୁ ଗ୍ରୋସେରି କିଣୁଥିବା ୧୮ରୁ ୬୫ ବର୍ଷର ଲୋକଙ୍କ ଶପିଂ ଅଭ୍ୟାସକୁ ନେଇ ନିଲସେନ୍‌ଆଇକ୍ୟୁ ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୨% ଉପଭୋକ୍ତା କ୍ୱିକ୍‌ କମର୍ସ ଜରିଆରେ ରେଡି-ଟୁ-ଇଟ୍‌ ମିଲ୍ସ ଏବଂ ୪୫% ଗ୍ରାହକ ଲୁଣି ସ୍ନାକ୍ସ ଅର୍ଡର କରୁଛନ୍ତି। ସହରୀ ଭାରତୀୟଙ୍କ ମଧ୍ୟରେ ମଲ୍ଟିଚ୍ୟାନେଲ ଶପିଂ ବିହେଭିଅର୍‌ ବୃଦ୍ଧି ପାଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଅନେକ କ୍ରେତା ଉଭୟ ଆଧୁନିକ ଟ୍ରେଡ୍‌ ଏବଂ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବା ଏଥିରେ ଦର୍ଶାଯାଇଛି। ସେହିପରି ୨୦% ଅଫ୍‌ଲାଇନ୍‌ ଶପର୍ସ ମଧ୍ୟ ଘରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଅନ୍‌ଲାଇନ୍‌ ଷ୍ଟୋରକୁ ଆସୁଥିବା ଦେଖିବାକୁ ମିଳିଛି। ବିଶେଷକରି ମେଟ୍ରୋପଲିଟାନ୍‌ ସିଟିଗୁଡ଼ିକରେ ଏହି ଟ୍ରେଣ୍ଡ୍‌ ଅଧିକ ପରିଲକ୍ଷିତ ହୋଇଛି। ଫାଷ୍ଟ-ମୁଭିଂ କଞ୍ଜୁମର ଗୁଡ୍ସ (ଏଫ୍‌ଏମ୍‌ସିଜି) ସେକ୍ଟରରେ ରିଟେଲ ବ୍ୟବସାୟ ବଢ଼ୁଥିବାବେଳେ ଦିନକୁ ଦିନ ଗ୍ରାହକମାନେ ଏଥିପ୍ରତି ବେଶି ଆକର୍ଷିତ ହେଉଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ଜିପ୍‌ରେ ବସି ରିଲ୍ସ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ: ଭାଙ୍ଗିଲେ ଟ୍ରାଫିକ୍‌ ନିୟମ, ପୋଲିସ ଦେଲା ସହାୟତା

ଜୟପୁର,୨୭।୯: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ତାଙ୍କ ପୁଅ ଟ୍ରାଫିକ ନିୟମ...

ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା...

ସୁନୀଲ ଜାଖରଙ୍କ ଇସ୍ତଫା ଖବର ମିଛ, ଭାଜପା କହିଲା ବିରୋଧି କରୁଛନ୍ତି ମିଛ ଖବର ପ୍ରଚାର

ଚଣ୍ଡିଗଡ଼,୨୭।୯: ଭାରତୀୟ ଜନତା ପାର୍ଟି ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ଇସ୍ତଫା ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ଭାଜପା ନେତା...

ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ଦୋହଲିଗଲା ବିହାର ରାଜନୀତି, ଜେଡିୟୁ, ଆରଜେଡିକୁ…

ପାଟନା,୨୭।୯: ଜନ ସୁରାଜ ଅଭିଯାନଙ୍କ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପି.କେ) ଅକ୍ଟୋବର ୨ରେ ସଂଗଠନର ଦଳ ଗଠନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ...

ଏତେ ଅହଂକାର ଠିକ୍‌ ନୁହେଁ, କେଜ୍‌ରିଓ୍ବାଲ୍‌ଙ୍କୁ କାହିଁକି ଏମିତି କହିଲେ ସ୍ବାତୀ ମାଲିଓ୍ବାଲ୍‌

ନୂଆଦିଲ୍ଲୀ,୨୭।୯: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ବିଧାନସଭାରେ ବୈଭବ...

ଓମାର ଅବଦୁଲ୍ଲାଙ୍କୁ ଶାହାଙ୍କ କଡା ବାର୍ତ୍ତା

ନୂଆଦିଲ୍ଲୀ,୨୭।୯: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅମିତ ଶାହା ଶୁକ୍ରବାର ଜାସରୋଟା, ଜମ୍ମୁ କଶ୍ମୀରରେ ଏକ ସାଧାରଣ ସଭାରେ...

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର...

ଭର୍ତ୍ତୃହରିଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ,୨୬ା୯:ବିଭିନ୍ନ ବିଭାଗ ସମ୍ପର୍କିତ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟି ଗୁରୁବାର ଗଠନ କରାଯାଇଛି। ଏଥିରେ ପ୍ରାୟ ସବୁ ଦଳକୁ ପ୍ରତିନିଧିତ୍ୱ ମିଳିଛି। ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri