ଶେଷ ଶେଷ ବିଶ୍ୱକପକୁ ସ୍ମରଣୀୟ କରୁଛନ୍ତି କ୍ୱିଣ୍ଟନ୍ ଡି କକ୍, ୫ ମ୍ୟାଚରେ ହାସଲ କଲେ ତୃତୀୟ ଶତକ

ମୁମ୍ବାଇ,୨୪/୧୦: ବିଶ୍ୱକପ୍ ୨୦୨୩ ର ପଞ୍ଚମ ମ୍ୟାଚ୍ ରେ କ୍ୱିଣ୍ଟନ୍ ଡି କକ୍ ନିଜ ଟିମ୍ ପାଇଁ ତୃତୀୟ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କର ଶେଷ ଦିନିକିଆ ବିଶ୍ୱକପ୍ ଖେଳୁଥିବା ଡି କକ୍ ଉତ୍କୃଷ୍ଟ ଫର୍ମ ପ୍ରଦର୍ଶନ କରୁଛନ୍ତି। ମୁମ୍ବାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଡି କକ୍ ୧୦୧ ବଲରେ ଶତକ ପୂରଣ କରିଥିଲେ। ଡି କକ୍ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଖେଳାଳି ହୋଇ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ତିନୋଟି ଶତକ ହାସଲ କରିଥିଲେ। ଏହା ତାଙ୍କର ଦିନିକିଆ କ୍ୟାରିୟରର ୨୦ ତମ ଶତକ।

ଏହି ଶତକ ସହିତ ଡି କକ୍ ଚତୁର୍ଥ ଖେଳାଳି ଭାବରେ ଦିନିକିଆରେ ରେ ଦ୍ରୁତତମ ୨୦ ଶତକ ହାସଲ କରିଥିଲେ। ସେ ତାଙ୍କର ୧୫୦ ତମ ଦିନିକିଆ ଇନିଂସରେ ନିଜର ୨୦ ତମ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ହାସିମ ଆମଲା ଶୀର୍ଷ ସ୍ଥାନରେ ଅଛନ୍ତି, ଯିଏ ୧୦୮ ଙଊଓ ଇନିଂସରେ ୨୦ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି ସାମାନ୍ୟ ଦୂରରେ ଅଛନ୍ତି, ଯିଏ ୧୩୩ ଇନିଂସରେ ୨୦ ଟି ଦିନିକିଆ ଶତକ ପୂରଣ କରିଛନ୍ତି।

ଦ୍ରୁତ ୨୦ ଦିନିକିଆ ଶତକ।

୧୦୮ ଇନିଂସ – ହାସିମ ଆମଲା।
୧୩୩ ଇନିଂସ – ବିରାଟ କୋହଲି।
୧୪୨ ଇନିଂସ – ଡେଭିଡ ୱାର୍ଣ୍ଣର।
୧୫୦ ଇନିଂସ – କ୍ୱିଣ୍ଟନ୍ ଡି କକ୍।
୧୭୫ ଇନିଂସ – ଏବି ଡି ଭିଲିୟର୍ସ।
୧୮୩ ଇନିଂସ – ରୋହିତ ଶର୍ମା।
୧୯୫ ଇନିଂସ – ରସ ଟେଲର।
୧୯୭ ଇନିଂସ – ସଚିନ ତେନ୍ଦୁଲକର।

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ୨୦୨୩ ର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା, ଯେଉଁଥିରେ ଡି କକ୍ ୧୦୦ ରନର ଇନିଂସ ଖେଳିଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ୧୦୯ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ସେ ବାଂଲାଦେଶ ବିପକ୍ଷରେ ତୃତୀୟ ଶତକ ହାସଲ କରିଛନ୍ତି।

ଡି କକ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୪ ଟି ଟେଷ୍ଟ, ୧୪୯ ଟି ଦିନିକିଆ ଏବଂ ୮୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟର ୯୧ ଇନିଂସରେ ୩୩୦୦ ରନ୍, ଙଊଓ ର ୧୪୯ ଇନିଂସରେ ୬୪୦୯ ରନ୍ ଏବଂ ଟି -୨୦ ଇଣ୍ଟରନ୍ୟାସନାଲ୍ ରେ ୭୯ ଇନିଂସରେ ୨୨୭୭ ରନ୍ କରିଛନ୍ତି। ସେ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ସାମିଲ। ଡି କକ୍ ୨୦୧୨ ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ।

Share