କୁରାନ ପୋଡି ନେଇ ଡେନମାର୍କ ଓ ସ୍ବିଡେନ୍‌ରେ ଉଦ୍‌ବେଗ

କୋପେନହାଗେନ, ରାୟଟରା, ୨୬।୭: କୁରାନକୁ ଅସମ୍ମାନ କରିବା କିମ୍ବା ସର୍ବସମ୍ମୁଖରେ ଅଭିବ୍ୟକ୍ତିର ସ୍ବାଧୀନତାର ମୁଖା ପିନ୍ଧାଇ ଜାଳିଦେବା ପ୍ରସଙ୍ଗ ଥମିବାର ନାଁ ନେଉନାହିଁ। ଇସଲାମ ବିରୋଧୀ ଏକ ଛୋଟ ଦଳ ଡେନମାର୍କର ରାଜଧାନୀ କୋପେନହାଗେନ, ଇଜିପ୍ଟ ଏବଂ ତୁର୍କୀର ଦୂତାବାସ ସମ୍ମୁଖରେ କୁରାନ ଧର୍ମଗ୍ରନ୍ଥକୁ ପୋଡିଛନ୍ତି। ଏହାପୂର୍ବରୁ ସ୍ବିଡେନରେ ଏପରି ଘଟଣା ଦେଖିବାକୁ ମିଳିଥିଲା।

Share