କୁରାନ ପ୍ରତି ଅପମାନ ପ୍ରଦର୍ଶନ: ଇରାନର କଡ଼ା ବିରୋଧ…

ତେହେରାନ,୨୧।୮: ଇରାନର ବୈଦେଶିକ ମନ୍ତ୍ରଣାଳୟ ତେହେରାନରେ ନିଯୁକ୍ତ ଉଭୟ ଦେଶର ଦାୟିତ୍ୱରେ ଥିବା ଦୂତାବାସଗୁଡ଼ିକୁ ଡକାଇ ସ୍ବିଡେନ ଏବଂ ଡେନମାର୍କର ମୁସଲମାନମାନଙ୍କର ଧାର୍ମିକ ଗ୍ରନ୍ଥ କୁରାନକୁ ବାରମ୍ବାର ଅପମାନିତ କରିବା ଘଟଣାରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ।
ସ୍ବିଡେନ ଏବଂ ଡେନମାର୍କରେ ଇସଲାମ ବିରୋଧୀ ଆନ୍ଦୋଳନକାରୀମାନେ ମତ ପ୍ରକାଶ କରିବାର ଅଧିକାର ଯୋଗୁ ଗତ କିଛି ମାସ ମଧ୍ୟରେ କୁରାନକୁ ଅପମାନିତ କରିଛନ୍ତି।

ଇରାକ ସମେତ ଅନେକ ଦେଶରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ସ୍ବିଡେନ ଏବଂ ଡେନମାର୍କ ସରକାର କହିଛନ୍ତି ସେମାନେ କୁରାନକୁ ଅପମାନିତ କରିବା ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଖୁବ ଶୀଘ୍ର ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଏପରି ଉତ୍ତେଜନାମୂଳକ କାର୍ଯ୍ୟକୁ ବାରଣ କରୁଥିବା ଆଇନ ପ୍ରଣୟନ କରିବାକୁ ବିଚାର କରୁଛନ୍ତି।

Share