Categories: ଜାତୀୟ

କୁରାନରେ ଉଲ୍ଲେଖ ଅଛି ସ୍ତ୍ରୀ-ସନ୍ତାନଙ୍କ ଯତ୍ନ ନେବା ସ୍ବାମୀଙ୍କ କର୍ତ୍ତବ୍ୟ: ହାଇକୋର୍ଟ…

ବେଙ୍ଗାଲୁରୁ,୩୧।୭ : ଇସଲାମର ପବିତ୍ର ଧର୍ମଗ୍ରନ୍ଥ କୁରାନରେ ଉଲ୍ଲେଖ ଥିବା ତଥ୍ୟ ଦର୍ଶାଇ କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି କୁରାନରେ କୁହାଯାଇଛି ସ୍ତ୍ରୀ ଏବଂ ସନ୍ତାନର ଯତ୍ନ ନେବା ସ୍ବାମୀଙ୍କର କର୍ତ୍ତବ୍ୟ। ବିଶେଷ କରି ଯେତେବେଳେ ସେମାନେ ଅସହାୟ ହୋଇଥାନ୍ତି ସ୍ବାମୀ ନିଜର କର୍ତ୍ତବ୍ୟରୁ ଓହରି ଯାଇ ପାରିବେ ନାହିଁ।

ସ୍ବାମୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରତି ମାସରେ ଦିଆଯିବାକୁ ଥିବା ରାଶି ୨୫ ହଜାର ଟଙ୍କାକୁ ହ୍ରାସ କରାଯିବାକୁ ଆବେଦନକାରୀଙ୍କ ଦାବିକୁ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିଲେ। ମହମ୍ମଦ ଅମଜାଦ ହାଇକୋର୍ଟରେ ପରିବାର କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ମହମ୍ମଦ ଅମଜାଦ ଏବଂ ନସିମା ବାନୁ ଅଲଗା ହୋଇଯାଇଛନ୍ତି ଏବଂ ପରିବାର କୋର୍ଟ ଅମଜାଦଙ୍କୁ ନାସିମା ଏବଂ ତାଙ୍କ ସନ୍ତାନର ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ପ୍ରତି ମାସରେ ତାଙ୍କୁ ୨୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି କୁରାନ ଓ ହଦିସରେ କୁହାଯାଇଛି ସ୍ତ୍ରୀ ଏବଂ ସନ୍ତାନର ଯତ୍ନ ନେବା ସ୍ବାମୀଙ୍କର ଦାୟିତ୍ୱ। ଜଷ୍ଟିସ ଦୀକ୍ଷିତ ଆହୁରି ମଧ୍ୟ କହିଛନ୍ତି ଆବେଦନକାରୀଙ୍କ ଚାହିଦା ମଧ୍ୟ ଗ୍ରହଣ କରାଯାଇପାରିବ ନାହିଁ ମାସିକ ୨୫ ହଜାର ଟଙ୍କା ପରିମାଣ ବହୁତ ଅଧିକ। କୋର୍ଟ କହିଛନ୍ତି ମୁଦ୍ରାସ୍ଫୀତିର ଏହି ଯୁଗରେ ଯେତେବେଳେ ରୋଟି, ରୁଟି ଭଳି ଅତ୍ୟାବଶ୍ୟକ ଜିନିଷ ରକ୍ତ ଅପେକ୍ଷା ମହଙ୍ଗା ହୋଇଥାଏ, ସେତେବେଳେ ଆବେଦନକାରୀଙ୍କ ଏହି ଦାବି ଗ୍ରହଣ କରାଯାଇପାରିବ ନାହିଁ।

ଅଦାଲତ କହିଛନ୍ତି ଛଡପତ୍ର ହେବା ପରେ ସ୍ତ୍ରୀ ଦାରିଦ୍ର୍ୟର ଶିକାର ହେବେ ନାହିଁ କିମ୍ବା ଗୃହହୀନ ହୋଇପାରିବେ ନାହିଁ। ଏହି ମାମଲାରେ ଆଡଭୋକେଟ ଦିଲଦାର ଶିରାଲୀ ମହମ୍ମଦ ଅମଜାଦଙ୍କ ତରଫରୁ ହାଜର ହୋଇଥିବାବେଳେ ନାସିମାଙ୍କ ପକ୍ଷକୁ ଓକିଲ ଇରଶାଦ ଅହମ୍ମଦ କୋର୍ଟରେ ଉପସ୍ଥାପନ କରିଥିଲେ।

Share