Categories: ଜାତୀୟ

କୁତବ ମିନାର ଖନନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୫: କୁତବ ମିନାର କମ୍ପ୍ଲେକ୍ସରେ ଖନନ କରିବାକୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସ୍‌ଆଇ)କୁ ଆଦେଶ ଦିଆଯାଇ ନ ଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କେ ରେଡ୍ଡୀ କହିଛନ୍ତି। ସେ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରି ସେପରି କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା କହିଛନ୍ତି।
ଜ୍ଞାନବାପି ପ୍ରସଙ୍ଗ ମଧ୍ୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, କୁତବ ମିନାର କମ୍ପ୍ଲେକ୍ସ ଖନନ କରିବାକୁ ସଂସ୍କୃତି ମନ୍ତ୍ରଣାଳୟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା, କୁତବ ମିନାରରେ ଥିବା ମୂର୍ତ୍ତିକୁ ଅଧ୍ୟୟନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ନିକଟରେ କୁତବ ମିନାରର ନାଁ ବଦଳାଇବା ପାଇଁ ମଧ୍ୟ ଦାବି ହୋଇଥିଲା। ଏହାପରେ କିଛି ହିନ୍ଦୁ ସଙ୍ଗଠନର କର୍ମୀ ସେଠାରେ ହନୁମାନ ଚାଳିଶା ପାଠ କରିଥିଲେ। ହିନ୍ଦୁ ସଙ୍ଗଠନ କୁତବ ମିନାରର ନାଁ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖିବା ପାଇଁ ଦାବି କରିଥିଲେ।

Share