Categories: ଖେଳ

ରୋହିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୧: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆର ଅନ୍ତିମ ଓଭରରେ ଶ୍ରୀଲଙ୍କା ଅଧିନାୟକ ଦାସୁନ୍‌ ଶାନାକା(୯୮) ରନ୍‌ କରି ବ୍ୟାଟିଂ କରୁଥିଲେ। ସେତେବେଳେ ବୋଲିଂ ସମ୍ଭାଳିଥିଲେ ମହମ୍ମଦ ଶାମୀ। ତେବେ ଶାମୀ ଶାନାକାଙ୍କୁ ନନ୍‌ ଷ୍ଟ୍ରାଇକର୍‌ ଏଣ୍ଡରୁ ମାଙ୍କଡ଼ିଂ ଜରିଆରେ ଆଉଟ୍‌ କରିଥିଲେ। ହେଲେ ରୋହିତ ଏହି ଅପିଲକୁ ଫେରାଇ ନେଇଥିଲେ। ଏହାପରେ ଶାନାକା ମ୍ୟାଚ୍‌ରେ ଶତକ ଲଗାଇବାରେ ସଫଳ ହୋଇଥିଲେ। ରୋହିତଙ୍କ ଏହି ନିଷ୍ପତ୍ତିକୁ ଅନେକେ ବେଶ ପ୍ରଶଂସା କରିଥିଲେ ହେଁ ଅଶ୍ୱିନ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅଶ୍ୱିନ କହିଛନ୍ତି, ଶାନାକା ୯୮ ରନ୍‌ କରି ଖେଳୁଥିବା ବେଳେ ଶାମୀ ତାଙ୍କୁ ଆଉଟ୍‌ କରିଥିଲେ ଏବଂ ଅପିଲ କରିଥିଲେ। ରୋହିତ ଏହାକୁ ଫେରାଇ ନେଇଥିଲେ। ଏହାପରେ ଅନେକେ ଏନେଇ ଟୁଇଟ୍‌ କରିଥିଲେ। ମୁଁ ଏତିକି କହିବାକୁ ଚାହୁଁଛି ଯେ ଖେଳର ସ୍ଥିତି ଅପରିହାର୍ଯ୍ୟ। ଯଦି କେହି ଏଲ୍‌ବିଡବ୍ଲୁ ଅଥବା କ୍ୟାଚ୍‌ର ଅପିଲ କରୁଛନ୍ତି ତେବେ ଏହା ବୈଧ ଉପାୟ। ଏମିତିରେ କୌନ ବନେଗା କରୋଡପତିର ସରଥ କୁମାର ଅଥବା ଅମିତାଭ ବଚ୍ଚନଙ୍କ ଭଳି କେହି ଅଧିନାୟକଙ୍କୁ ପଚାରିବେ ନାହିଁ ଯେ ସେ ଅପିଲ ଉପରେ ଆତ୍ମବିଶ୍ୱାସୀ କି ନାହିଁ। ଯଦି ଜଣେ ବୋଲର ଅପିଲ କରୁଛି ତେବେ ଆଉଟ୍‌ ଦେଇଦେବା ଉଚିତ। ଏହା ଏଠାରେ ହିଁ ଶେଷ ହେବ। ଫିଲ୍ଡର ଅପିଲ କରୁଥିଲେ ମଧ୍ୟ ଖେଳାଳିଙ୍କୁ ଆଉଟ୍‌ ଘୋଷଣା କରିବା ଅମ୍ପାୟାରଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

Share