ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ଶେଷ ହେବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ଭେଟେରାନ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ। ଧୋନୀଙ୍କ ଭଳି ହଠାତ ତାଙ୍କର ଏଭଳି ଘୋଷଣା ସମସ୍ତଙ୍କୁ ଚମକାଇଛି, କାରଣ ସେ ଏବେ ବି ଭଲ କ୍ରିକେଟ ଖେଳୁଥିଲେ। ଏବେ ସନ୍ନ୍ୟାସ ନେବାର ପରଦିନ ‘ମୋ ବାପାଙ୍କୁ କ୍ଷମା କର’ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି।
ଅଶ୍ୱିନ ଅବସର ନେଇ ଘୋଷଣା କରବା ପରେ ତାଙ୍କ ବାପା ବଡ଼ ବୟାନ ଦେଇଥିଲେ। ତାଙ୍କ ପୁଅଙ୍କୁ ଅପମାନିତ କରାଯାଇଥିବାରୁ ସେ ହଠାତ ଅବସର ନେଇଥିବା କହିଥିଲେ। ଏହି ବୟାନ ପରେ ଅଶ୍ୱିନ ଟୁଇଟ୍ କରି କହିଥିଲେ ଯେ, ମୋ ବାପାଙ୍କୁ ଖବରଦାତାମାନଙ୍କ ସହ କିଭଳି କଥା କହିବାକୁ ପଡେ ଟ୍ରେନିଂ ମିଳିନାହିଁ। ମୁଁ ଭାବି ନ ଥିଲି ଯେ ତାଙ୍କ ବୟାନକୁ ଏଭଳି ଭାବେ ଉପସ୍ଥାପନ କରାଯିବ। ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହିଁବି ଯେ ମୋ ବାପାଙ୍କୁ କ୍ଷମା କରାଯାଉ ଏବଂ ତାଙ୍କୁ ଏକାକି ରହିବାକୁ ଦିଆଯାଉ ବୋଲି ସେ କହିଛନ୍ତି।
My dad isn’t media trained, dey father enna da ithelaam 😂😂.
I never thought you would follow this rich tradition of “dad statements” .🤣
Request you all to forgive him and leave him alone 🙏 https://t.co/Y1GFEwJsVc
— Ashwin 🇮🇳 (@ashwinravi99) December 19, 2024
ପ୍ରକାଶ ଯେ, ସିଏନ୍ଏନ୍ ନ୍ୟୁଜ ୧୮ ସହ ସାକ୍ଷାତକାରରେ ଅଶ୍ୱିନଙ୍କ ବାପା ଦାବି କରିଥିଲେ ଯେ ତାଙ୍କୁ ପୁଅଙ୍କ ଏଭଳି ନିଷ୍ପତ୍ତି ବିଷୟରେ ଶେଷ ମୂହୁର୍ତ୍ତରେ ଜଣାପଡ଼ିଥିଲା। ଅଶ୍ୱିନଙ୍କ ମୁଣ୍ଡରେ କ’ଣ ଚାଲିଥିଲା ସେ ଜାଣିନାହାନ୍ତି, ହେଲେ ଏହି ନିଷ୍ପତ୍ତି ତାଙ୍କୁ ଦୁଃଖିତ କରିଛି। ଅବସର ନେବାର ନିଷ୍ପତ୍ତି ତାଙ୍କ ପୁଅର ଥିଲା। ହେଲେ ଯେଉଁଭଳି ଭାବେ ସେ ସନ୍ନ୍ୟାସ ନେଇ ଘୋଷଣା କଲେ ତା ପଛରେ ଅନେକ କାରଣ ଥାଇପାରେ। ଅପମାନ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇପାରିଥାନ୍ତି ବୋଲି ସେ କହିଥିଲେ।