ଦୁଇ ସପ୍ତାହ ହେଲା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ନଜରବନ୍ଦୀ ଆଶଙ୍କା କଲେ ଆମେରିକା ରାଷ୍ଟ୍ରଦୂତ

ଟୋକିଓ,୧୫ା୯: ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ପଚାରିଛନ୍ତି ଯେ, ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜରବନ୍ଦୀ ରଖାଯାଇଛି କି? ରାଷ୍ଟ୍ରଦୂତ କହିଛନ୍ତି, ଏହା ଗତ ଦୁଇ ସପ୍ତାହ ମଧ୍ୟରେ ଚାଇନାବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି। ‘ଏକ୍ସ’ରେ ଏକ ପୋଷ୍ଟ କରି ରହମ ଲେଖିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ଲି’ଙ୍କର ୩ ସପ୍ତାହ ଧରି ଦେଖାମିଳିନାହିଁ।

ଚାଇନାର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ୍‌ଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଗତ ସପ୍ତାହରେ ଭିଏତନାମର ପ୍ରତିରକ୍ଷା ନେତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଲି ହଠାତ୍‌ ବାହାରକୁ ଯାଇଥିଲେ। ସେ ଗତ ଅଗଷ୍ଟ ୨୯ରେ ବେଜିଂରେ ଆଫ୍ରିକୀୟ ଦେଶମାନଙ୍କ ସହିତ ଏକ ସୁରକ୍ଷା ଫୋରମ୍‌ରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।

Share