ପୁଣି ଟେକ ରଖିଲେ ମାଧବନଙ୍କ ପୁଅ

ବଲିଉଡ ଅଭିନେତା ଆର ମାଧବନ ପୁଅ ବାପାଙ୍କ ଟେକ ରଖିଛନ୍ତି। ତାଙ୍କ ପୁଅ ବେଦାନ୍ତ ମଧ୍ୟପ୍ରଦେଶର ଖେଲୋ ଇଣ୍ଡିଆ ୨୦୨୨ ଅଧୀନରେ ସନ୍ତରଣରେ ୫ଟି ସ୍ବର୍ଣ୍ଣ ପଦକ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଆର ମାଧବନ ଏହି ସୂଚନା ଟୁଇଟର୍‌ ଜରିଆରେ ଦେଇଛନ୍ତି। ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେ ତାଙ୍କ ପୁଅ ବିଷୟରେ ଏକ ହୃଦୟସ୍ପର୍ଶୀ ନୋଟ ଲେଖିଛନ୍ତି। ସେ ଲେଖିଛନ୍ତି – ୫ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ), ବେଦାନ୍ତ ମାଧବନଙ୍କ ପ୍ରଦର୍ଶନ ଦ୍ୱାରା ଅତ୍ୟଧିକ କୃତଜ୍ଞ ଏବଂ ନମ୍ର ଅଛି। ଇଶ୍ୱରଙ୍କ କୃପାରୁ -୧୦୦ ମିଟର, ୨୦୦ ମିଟର ଏବଂ ୧୫୦୦ମିଟରରେ ସ୍ବର୍ଣ୍ଣ ଏବଂ ୪୦୦ ମିଟର ଏବଂ ୮୦୦ ମିଟରରେ ରୌପ୍ୟ।
ବଲିଉଡର ସମସ୍ତ କଳାକାରଙ୍କ ସମେତ ଆର ମାଧବନଙ୍କ ପ୍ରଶଂସକମାନେ ବେଦାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବେଦାନ୍ତ ଭାରତର ଅନ୍ୟତମ ଲୋକପ୍ରିୟ ସନ୍ତରଣକାରୀ ଭାବରେ ଉଭା ହୋଇଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଅନେକ ପଦକ ଜିତି ସାରିଛି।