କୋଚିଂ ଦେବା ବେଳେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା, ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ…

ବମ୍ବେ: ଫିଲ୍ମଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ। ଛାତ୍ରୀଙ୍କ ପ୍ରେମରେ ପଡ଼ି କରିଛନ୍ତି ବିବାହ। ଆମେ କହୁଛି ଅଭିନେତା ଆର୍‌ ମାଧବନଙ୍କ କଥା। ଚଳଚ୍ଚିତ୍ର ’ରେହଦା ହେ ତେରେ ଦିଲ୍‌ମେ’ରେ ନିଜ ପ୍ରେମକୁ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଠିକ୍‌ ସେଭଳି ଢ଼ଙ୍ଗରେ ତାଙ୍କୁ ପ୍ରେମିକା ସରିତା ବିରଜେଙ୍କୁ ହଁ କହିବାକୁ ତାଙ୍କୁ କଷ୍ଟ କରିବାକୁ ପଡ଼ିଥିଲା।

ଇଲେକ୍ଟ୍ରୋନିକ୍ସରେ ଡିଗ୍ରୀ କରିବା ପରେ ମାଧବନ କମ୍ୟୁନିକେଶନ ଏବଂ ପବ୍ଲିକ୍‌ ସ୍ପିକିଂର କ୍ଲାସ ନେଉଥିଲେ। ଏହି ସମୟରେ କୋହ୍ଲାପୁରରେ ଏକ ଓ୍ବାର୍କଶପ୍‌ ଥିଲା। ସେଠାରେ ମାଧବନ ସରିତାଙ୍କୁ ଭେଟିଥିଲେ। ସରିତା ସେତେବେଳେ ଏୟାର ହୋଷ୍ଟ୍ରେସ୍‌ ହେବା ପାଇଁ ପ୍ରସ୍ତୁତି କରୁଥିଲେ। ଏଥିପାଇଁ ସେ ମହାରାଷ୍ଟ୍ରରେ ପର୍ସନାଲିଟି ଡେଭଲପ୍‌ମେଣ୍ଟ କ୍ଲାସ୍‌ରେ ଯୋଗ ଦେଇଥିଲେ। ଶେଷରେ ସଫଳ ହେବା ପରେ ସରିତା ମାଧବନଙ୍କୁ ଧନ୍ୟବାଦ ଜଣାଇ ଡେଟ୍‌ରେ ଯିବାକୁ ପଚାରିଥିଲେ।

ନିମନ୍ତ୍ରଣ ପାଇ ମାଧବନ ଛାତ୍ରୀଙ୍କ ସହ ଡେଟ୍‌ରେ ଯାଇଥିଲେ। ସେଠାରୁ ପରସ୍ପରକୁ ଜାଣିବା ପରେ ଉଭୟ ପ୍ରେମରେ ପଡ଼ିଥିଲେ। ଦୀର୍ଘ ୮ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏହି ଯୋଡ଼ି ବିବାହ କରିଥିଲେ। ୧୯୯୯ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏବେ ଉଭୟଙ୍କର ଜଣେ ପୁଅ ଅଛନ୍ତି। ତେବେ ବିବାହ ପରେ ମାଧବନ ଅଭିନେତା ଭାବେ ବେଶ ସଫଳ ହୋଇଥିଲେ। ଦକ୍ଷିଣ ଭାରତୀୟ ସିନେମା ସହ ବଲିଉଡ୍‌ରେ ତାଙ୍କ ଦବ୍‌ଦବା ଆଜି ବି ରହିଛି।

Share