
ଛତ୍ରପୁର,୨୧।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ଏମ୍ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ବ୍ଲକ ପ୍ରତିନିଧି ହେଲେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ଆର୍ ସନ୍ତୋଷ ରେଡ୍ଡୀ । ଏମ୍ପି ପ୍ରତିନିଧି ଭାବେ ଦାୟିତ୍ୱ ମିଳିବା ପରେ ରେଡ୍ଡୀ ଛତ୍ରପୁର ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କିପରି କରାଯିବ ସେଥି ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହା ସହ ସେ ବ୍ରହ୍ମପୁର ଏମ୍ପି, ଛତ୍ରପୁର ବିଧାୟକ, ଭାରତୀୟ ଜନତା ପାର୍ଟିର ସମସ୍ତ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତ। ଦାୟିତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।