Categories: ଖେଳ

ରାବାଡା ନୋର୍ଜେ ପହଞ୍ଚିଲେ, ଓପନିଂ ମ୍ୟାଚ ଖେଳିବେନି

ମୁମ୍ବାଇ, ୭ା୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର କାଗିସୋ ରାବାଡା ଓ ଆନରିଚ୍‌ ନୋର୍ଜେ ମଙ୍ଗଳବାର ଏଠାରେ ପହଞ୍ଚତ୍ଛନ୍ତି। କିନ୍ତୁ ୭ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ଯୋଗୁ ସେମାନେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଦଳର ଓପନିଂ ମ୍ୟାଚ ଖେଳିପାରିବେ ନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକୀୟ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ଦଳରେ ସେମାନେ ସ୍ଥାନ ବଜାୟ ରଖିଛନ୍ତି। ଆଇପିଏଲ୍‌ର ଅଂଶବିଶେଷ ଥିବା ଦକ୍ଷିଣ ଆଫ୍ରିକା ଚଳିତ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିଛନ୍ତି। ସୋମବାର ସେମାନେ ଜାତୀୟ ଦଳ ଛାଡ଼ି ସେମାନଙ୍କ ଆଇପିଏଲ୍‌ ଟିମ୍‌ ସହ ଯୋଗ ଦେଉଛନ୍ତି। ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅନୁପସ୍ଥିତିରେ ଏହି ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ ବିସ୍ଫୋରକ ଉଇକେଟ-କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ।

Share