ରବିନ୍ଦ୍ର ମେଡିକାଲ ହଲ୍‌କୁ ବନ୍ଦ କଲା ବିଏମ୍‌ସି

ଭୁବନେଶ୍ୱର,୨୯।୭(ବ୍ୟୁରୋ): ବନ୍ଦ ହେଲା ବାପୁଜି ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ। ଏହାର ଜଣେ କର୍ମଚାରୀ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୁଧବାର ଏହାକୁ ବନ୍ଦ କରି ଦିଆଯାଇଛି। ଏ ବିଏମ୍‌ସି । ସତର୍କତାମୂଳକ ପଦକ୍ଷେପ ଭାବରେ ଅନ୍ୟ ୧୩ ଜଣ କର୍ମଚାରୀ ଏବଂ ମେଡିସିନ ଷ୍ଟୋର୍‌ର ମାଲିକଙ୍କୁ ୧୪ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଏହାଛଡ଼ା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରବୀନ୍ଦ୍ର ମେଡିକାଲ ହଲ ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share