Categories: ଖେଳ

ଡେବ୍ୟୁ ବିଶ୍ୱକପ୍‌ରେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରାଚିନ, ହୃଦୟ ଜିତିଲା…

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ରାଚିନ ରବିନ୍ଦ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୫ରୁ କମ୍‌ ବୟସରେ ସଚିନ ୧୯୯୬ ବିଶ୍ୱକପ୍‌ରେ ୫୨୩ ରନ୍‌ କରିଥିଲେ। ରାଚିନ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋର କରି ଏହି ମାମଲାରେ ସଚିନଙ୍କୁ ପଛରେ ପକାଇଛନ୍ତି। ତେବେ ଏଭଳି ଉପଲବ୍ଧି ପରେ ରାଚିନଙ୍କ ତୁଳନା ସଚିନଙ୍କ ସହ କରାଯାଇଥିଲା। ଏଥିରେ ସେ ମଜାଦାର ଜବାବ ଦେଇଥିଲେ। ସଚିନ ହେଉଛନ୍ତି କ୍ରିକେଟର ଭଗବାନ। କେହି ତାଙ୍କ ଉପଲବ୍ଧିର ପାଖ ଯାଏ ଯାଇପାରିବେ ନାହିଁ ବୋଲି ରାଚିନ କହିଥିଲେ।

କହିରଖୁଛୁ, ରାଚିନଙ୍କ ବାପା ସଚିନ ଏବଂ ରାହୁଲ ଦ୍ରାବିଡଙ୍କ ବଡ଼ ପ୍ରଶଂସକ ଥିଲେ। ଏହି କାରଣରୁ ସେ ଏହି ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କ ନାମକୁ ମିଶାଇ ନିଜ ପୁଅର ନାମ ରଖିଥିଲେ। ରାଚିନ ମଧ୍ୟ ତାଙ୍କ ନାମର ଯଥାର୍ଥତା ପ୍ରମାଣ କରିଛନ୍ତି। ତାଙ୍କ ବ୍ୟାଟିଂରେ ଉଭୟ ବ୍ୟାଟ୍ସମ୍ୟାନଙ୍କ ଝଲକ ମଧ୍ୟ ଦୃଶ୍ୟମାନ ହେଉଛି। ବିଶ୍ୱକପ ୨୦୨୩ ହେଉଛି ରାଚିନଙ୍କ ଡେବ୍ୟୁ ବିଶ୍ୱକପ୍‌। ଏହି ଟୁର୍ନାମେଣ୍ଟରେ ସେ ମଧ୍ୟ ୩ ଶତକ ହାସଲ କରିଛନ୍ତି। ସେ ଏହି ବିଶ୍ୱକପରେ ନ୍ୟୁଜିଲାଣ୍ଡ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛନ୍ତି।

Share