ଜାତିଆଣ ମନ୍ତବ୍ୟ: ଅଡ଼ୁଆରେ ମୀରା

ଜାତିଆଣ ମନ୍ତବ୍ୟ ରଖି ଅଡ଼ୁଆରେ ପଡ଼ିଛନ୍ତି ମଡେଲ-ଅଭିନେତ୍ରୀ ମୀରା ମିଥୁନ। ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାମିଲନାଡ଼ୁର ସାଇବର ଶାଖା ପୋଲିସ ମୀରାଙ୍କ ନଁ।ରେ ମାମଲା ରୁଜୁ କରିଛି। ଦଳିତ ସମ୍ପ୍ରଦାୟ ସମର୍ଥନରେ ବିଦୁଥଲାଇ ଚିରୁଥାଗାଇ କାଟ୍‌ଚି(ଡିସିକେ) ରାଜନୈତିକ ଦଳର ନେତା ତଥା ପାର୍ଲାମେଣ୍ଟ ସଦସ୍ୟ ଥୋ ଥିରୁମାବଲ୍ଲଭମ୍‌ ଏ ନେଇ ଏତଲା ଦେଇଥିଲେ। ଏକ ଟକ୍‌ ଶୋ’ରେ ଭାଗ ନେଇ ମୀରା କହିଥିଲେ ଯେ, ସାଧାରଣତଃ ସେ ଏସ୍‌ସି ବର୍ଗର ଲୋକଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ହେଉଥିବା ସମସ୍ତ ଅସୁବିଧା ପାଇଁ ଅନୁସୂଚିତ ଜାତିର ନିର୍ଦ୍ଦେଶକମାନଙ୍କୁ ସେ ଦାୟୀ କରିଥିବା ଏତଲାରେ ଦର୍ଶାଯାଇଛି।

Share