Categories: ଜାତୀୟ

ଜେଲରେ ଜାତିଆଣ ଭେଦଭାବ: କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୪ା୧(ପି.ଟି.):ଦେଶର ଜେଲଗୁଡ଼ିକରେ ପ୍ରିଜନ୍‌ ମାନୁଆଲ ଅନୁସାରେ ନିୟମ ଚାଲୁନାହିଁ। ଜାତି ଭିତ୍ତିରେ କଏଦୀମାନଙ୍କୁ କାର୍ଯ୍ୟ ଓ ସୁବିଧା ଦିଆଯାଉଥିବା ଦର୍ଶାଇ ମହାରାଷ୍ଟ୍ରର କଲ୍ୟାଣ ନିବାସୀ ସୁକନ୍ୟା ସନ୍ଥ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଛନ୍ତି। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସ୍‌. ମୁରଲୀଧର ଉକ୍ତ ପିଟିଶନ ଦାଖଲ କରିଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠଙ୍କ ଉକ୍ତ ଅଭିଯୋର ଶୁଣାଣି କରି ବୁଧବାର କେନ୍ଦ୍ର ସମେତ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୧୧ ରାଜ୍ୟକୁ ଜବାବ ମାଗିଛନ୍ତି। ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ କରାଯିବ।

Share