ରେସିଂ କାର ତିଆରି କଲେ ଓଡ଼ିଆ ଇଞ୍ଜିନିୟରିଂ ଛାତ୍ର

ଭବାନୀପାଟଣା,୨୧।୪: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ଇଞ୍ଜିିନିୟରିଂ କଲେଜର ମେକାନିକାଲ ଓ ଇଲେକ୍ଟ୍ରିକାଲ ଛାତ୍ରମାନେ ନିଜ ପ୍ରଚେଷ୍ଟାରେ ଏକ ହାତ ତିଆରି ଦ୍ରୁତଗାମୀ କାର ନିର୍ମାଣ କରିଛନ୍ତି। ସେମାନେ ଉନ୍ନତମାନର ଯନ୍ତ୍ରପାତି ବ୍ୟବହାର କରି ଏହି କାରକୁ ଉଦ୍ଭାବନ କରିଛନ୍ତି। ବାହାରର କୌଣସି ପ୍ରକାର ଯନ୍ତ୍ରାଂଶ ବ୍ୟବହାର ନ କରି କଲେଜରୁ ସମସ୍ତ ପ୍ରକାର ବ୍ୟବହାର୍ଯ୍ୟ ସାମଗ୍ରୀ ଏଥିରେ ଲଗାଯାଇଥିବା ଜଣାପଡିଛି। ରେସିଂ (ଦ୍ରୁତଗାମୀ) କାର ପ୍ରଦର୍ଶିତ ସମୟରେ କଳାହାଣ୍ଡି ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦଙ୍କ ସମେତ କଲେଜ ଅଧ୍ୟକ୍ଷ ଡ. ଡୁଲୁ ପଟ୍ଟନାୟକ, ମେକାନିକାଲ ବିଭାଗ ମୁଖ୍ୟ ଡ. ମୃତ୍ୟୁଞ୍ଜୟ ରାଉତ, ସହକାରୀ ପ୍ରଫେସର ଅଜିତ ପଟ୍ଟନାୟକ, ଦିଲୀପ କୁମାର ବଗାଲ, ମିହିର କୁମାର ନାଥ ଉପସ୍ଥିତ ଥିଲେ। ଛାତ୍ରମାନଙ୍କ ଏଭଳି ଉଦ୍ୟମକୁ ଜିଲାପାଳ ପ୍ରଶଂସା କରିଥିଲେ। ଏହାକୁ କଲେଜର ଛାତ୍ର ଅର୍ଜିତ ପାତ୍ର, ସ୍ବୟମ ଶିବ ବାରିକ, ପ୍ରୀତମ ପାତ୍ର, ରଶ୍ମି ରଞ୍ଜନ ପ୍ରମାଣିକ, ପଙ୍କଜ ବେହେରା, ରଞ୍ଜିତ ସୂତାର, ପ୍ରଲୟ ମଲ୍ଲିକ, ଶୁଭଦୀପ ପାଲିତ, ରଞ୍ଜିତ କୁମାର ରାଉତ, ତନ୍ମୟ କୁମାର ବେହେରା, ସମ୍ବିତ ଭୂୟାଁ, ଅବନୀ ବେହେରା, ସୌମିନ ପଣ୍ଡା, ରଞ୍ଜନ ସାମଲ, ସରିପ ପଟ୍ଟନାୟକ, ନୀହାର ରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ପାତ୍ର, ସୌମ୍ୟ ରଞ୍ଜନ ମଙ୍ଗରାଜ, ବିଭୁଦତ୍ତ ଜେନା, ଅରୁଣ ସିଂହ ପ୍ରମୁଖ ନିର୍ମାଣ କରିଛନ୍ତି।

Share